ସାବଧାନ: ଲକଡାଉନ୍ କୋହଳ ଯୋଗୁଁ ଭାରତ ସମେତ ୧୫ ଦେଶରେ ଆସିପାରେ ଦ୍ୱିତୀୟ କରୋନା ଲହର

Published By : Prameya-News7 Bureau | June 10, 2020 IST

ଟୋକିଓ ୧୦।୬: ଜପାନୀ ପ୍ରତିଭୂତି ଗବେଷଣା ସଂସ୍ଥା ନୋମୁରା କରୋନା ଭାଇରସ ମହାମାରୀ ନେଇ ଭାରତ ସମେତ ୧୫ ଦେଶଙ୍କୁ ସତର୍କ କରାଇଛନ୍ତି। ଭୂତାଣୁ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ଏହି ସବୁ ଦେଶମାନେ ଲକଡାଉନ୍ ଲାଗୁ କରିଥିଲେ। ହେଲେ ଏବେ  ନିୟମ କୋହଳ କରିବା ନୂଆ ସମସ୍ୟା ସୃଷ୍ଟି କରିପାରେ ବୋଲି ନୋମୁରା ସତର୍କ କରାଇଛନ୍ତି। ହୁଏତ ଏହି ସବୁ ଦେଶରେ ପୁଣି କୋରନା ଭାଇରସ୍‌ ଲହର ଆସିପାରେ ବୋଲି ନୋମୁରା ଆଶଙ୍କା କରିଛନ୍ତି। ଯାହା ପ୍ରଥମ ଲହର ଠାରୁ ବି ଭୟଙ୍କର ହୋଇପାରେ।

{"id":284387,"sizeSlug":"large"}

ବିଶ୍ୱର ୪୫ଟି ଅର୍ଥନୀତି ବିଶ୍ଲେଷଣ କରୁଥିବା ଏହି ସଂସ୍ଥା ଦେଶମାନଙ୍କୁ ୩ଟି ଭାଗରେ ବିଭକ୍ତ କରିଛନ୍ତି। ଏଥିରେ ୧୭ଟି ଦେଶଙ୍କୁ ସଂକ୍ରମଣ ଆଶଙ୍କାରୁ ମୁକ୍ତ ବୋଲି ଆକଳନ କରିଥିବା ବେଳେ ୧୩ଟି ଦେଶଙ୍କ ଲାଗି ସାମାନ୍ୟ ବିପଦ ଆଶଙ୍କା କରିଛନ୍ତି। ତେବେ ଅନ୍ୟ ୧୫ଟି ନିମ୍ନରୁ ମଧ୍ୟମ ଆୟକାରୀ ଦେଶଙ୍କୁ ତୃତୀୟ ପର୍ଯ୍ୟାୟରେ ରଖିଥିବା ବେଳେ ଏଥିରେ ଭାରତ ମଧ୍ୟ ରହିଛି।

{"id":284388,"sizeSlug":"large"}

ନୋମୁରା ଏଥିଲାଗି ଲୋକଙ୍କ ଗତିବିଧିର ବିଶ୍ଲେଷଣ କରି ରିପୋର୍ଟ ପ୍ରସ୍ତୁତ କରିଥିବା ବେଳେ ଓ କେସ୍ ଟ୍ରାଜକ୍ଟରି ଓ ଗତିଶୀଳତାର ଧାରାକୁ  ସାମିଲ କରିଥିଲେ। ଯେଉଁଥିରୁ  ନିମ୍ନ ଓ ମଧ୍ୟମ ଆୟକାରୀ ଦେଶ ସ୍ଥାଣୁ ଅର୍ଥିକ ବ୍ୟବସ୍ଥାର ଉଦ୍ଧାର ଲାଗି ଲକଡାଉନ ନିୟମ କୋହଳ କରିବା ମାତ୍ରେ ବିପଦର ସମ୍ମୁଖୀନ ହେବାର ଆଶଙ୍କା କରିଛନ୍ତି।  

{"id":284389,"sizeSlug":"large"}

ନୋମୁରାଙ୍କ ବିଶ୍ଲେଷଣ ଅନୁସାରେ ଲକଡାଉନ କୋହଳ ଯୋଗୁ ଦୁଇ ପ୍ରକାର ଫଳାଫଳ ଆସିପାରେ। ଏଥିରୁ ଆଶା କରାଯାଉଥିବା ଫଳାଫଳ ଯେପରି ଆର୍ଥିକ କାରବାର ଆରମ୍ଭ ହେବା ସହ ଲକଡାଉନ୍‌କୁ ନେଇ ଅସୁରକ୍ଷା ଭାବନାରୁ ଲୋକେ ମୁକ୍ତ ହେବେ। ଦୈନିକ କାରବାର ବଢିବା ସହ  ସଚେତନତା ଯୋଗୁ ସଂକ୍ରମଣ ହାର ମଧ୍ୟ ହ୍ରାସ ହେଉଥିବ। ଯାହା ଦ୍ୱାରା ବ୍ୟବସ୍ଥା ଉପରେ ପୁଣି  ଲୋକଙ୍କ ବିଶ୍ୱାସ ଫେରିପାରିବ।

{"id":284390,"sizeSlug":"large"}

ତେବେ ଦ୍ୱିତୀୟ ଫଳାଫଳଟି ଏହାର ବିପରୀତ ଅର୍ଥାତ ଲୋକେ ନିୟମ କୋହଳ ଯୋଗୁ କାର୍ଯ୍ୟକ୍ଷେତ୍ର, ବେପାର ବଣିଜକୁ ଫେରିବେ ସତ ହେଲେ ସଂକ୍ରମଣ ଅନିୟନ୍ତ୍ରିତ ହେଲେ ନିଜ ଆଡୁ ଲକଡାଉନ୍ ପାଳନ କରିବେ। ଯାହା ପରିସ୍ଥିତିକୁ  ଅଧିକ ଜଟିଳ କରିବ ବୋଲି ନୋମୁରା ଆକଳନ କରିଛନ୍ତି। ଯଦି ଦ୍ୱିତୀୟ ଫଳାଫଳ ମିଳେ ସେଥିରୁ ଭାରତ ନିଜକୁ ମୁକ୍ତ କରିବା ବେଳକୁ ଆର୍ଥିକ ଧାରଣାଚ୍ୟୁତ ହୋଇସାରିଥିବ। ଯାହାକୁ ପୁଣି ସଚଳ କରିବାକୁ ହୁଏତ ଅନେକ ସମୟ ଲାଗିପାରେ ଓ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ମଧ୍ୟ ସତର୍କ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.