କଟକ ଲୋକସଭା ଓ ବିଧାନସଭା ନିର୍ବାଚନ ବିଜ୍ଞପ୍ତି : ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | April 29, 2024 IST

କଟକ ୨୯।୪: କଟକ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। କଟକ ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ। ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ। ୬ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଗ୍ରହଣ କରାଯିବ। ୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା। ୯ ତାରିଖ ଅପରାହ୍ନ ତିନିଟା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ମେ ୨୫ ତାରିଖରେ କଟକ ଲୋକସଭା ଆସନରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ। ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ପାଇଁ ୧୪ମେରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେଵ।  ୧୭ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। 

ସାଲେପୁର, ମାହାଙ୍ଗା ଓ ନିଆଳିରେ ଜୁନ୍ ୧ ତାରିଖରେ ମତଦାନ। ବଡମ୍ବା ପାଇଁ ୨୯୨ ଟି ବୁଥ, ବାଙ୍କୀ ପାଇଁ ୨୩୭ଟି ବୁଥ, ଆଠଗଡ଼ ପାଇଁ ୨୫୪ଟି ବୁଥ, ବାରବାଟୀ-କଟକ ପାଇଁ ୨୧୬ଟି ବୁଥ, ଚୌଦ୍ୱାର-କଟକ ପାଇଁ ୨୧୨ଟି ବୁଥ, କଟକ-ସଦର ପାଇଁ ୨୪୨ଟି ବୁଥରରେ ମତଦାନ କରାଯିବ।କଟକ ଜିଲ୍ଲାରେ ସଖୀ ବୁଥ ବା ପିଙ୍କ ବୁଥର ମଧ୍ୟ ବ୍ୟବସ୍ଥା କରାଯାଇଛି।ଏହି ଵୁଥ୍ ଗୁଡିକ ସମ୍ପୂର୍ଣ୍ଣ ଭାବେ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ। ଗ୍ରୀଷ୍ମପ୍ରବାହକୁ  ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ଓ ମତଦାନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ମୋଟ ୯୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଜୁନ ଚାରି ତାରିଖ ଭୋଟ ଗଣତି ହେବ।  ସକାଳ ୮ ଟା ରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କଟକ ଜିଲ୍ଲାରେ ମୋଟ ନଅଟି ବିଧାନସଭା ଆସନ ଥିବା ବେଳେ,ଜିଲ୍ଲାର ସାଲେପୁର ଓ ମାହାଙ୍ଗା ନିର୍ଵାଚନମଣ୍ଡଳୀ କେନ୍ଦ୍ରାପଡା ଲୋକସଭା ଆସନ ଅଧିନରେ ରହିଛି ଓ ନିଆଳି ସଂରକ୍ଷିତ ବିଧାନସଭା ଆସନଟି ଜଗତସିଂହପୁର ଲୋକସଭା ଆସନ ଅଧିନରେ ଯାଉଛି। ସେହିପରି ନୟାଗଡର ଖଣ୍ଡପଡ଼ା ବିଧାନସଭା ଆସନଟି କଟକ ଲୋକସଭା ଅଧିନରେ ରହିଛି।

You Can Read :

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ମଧୁମେହ ପରୀକ୍ଷଣ ଓ ଚିକିତ୍ସା ଶିବିର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.