ସଟଡାଉନ୍ ନିୟମ ଭାଙ୍ଗିଲେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଲେ , ପୁଣି କେସ୍

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର ୦୪।୦୪ : ସାରାରାଜ୍ୟରେ କରୋନା ପାଇଁ ସ୍ଥିତି ଚିନ୍ତଜନକ ଥିବା ବେଳେ ଅମାନିଆକୁ ମିଳିଛି ଦଣ୍ଡ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ୨୦ଜଣ ଆକ୍ରାନ୍ତ ଅଛନ୍ତି । ଶୁକ୍ରବାର ଦିନ ରାଜ୍ୟ ସରକାର ପଦକ୍ଷେପ ନେଇ ରାଜ୍ୟର ଭୁବନେଶ୍ୱର, କଟକ, ଭଦ୍ରକକୁ ୪୮ଘଣ୍ଟା ପାଇଁ ସଟଡାଉନ୍‌ ଘୋଷଣା କରିଛନ୍ତି । ଏବଂ ଏହି ସଟଡାଉନ୍‌ ସମୟରେ ଯେ କେହି ବି ନିୟମକୁ ଉଲ୍ଲଂଘନ କରିବେ ତାଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ।  ଏବଂ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଯିବ ବୋଲି ସରକାର କହିଥିଲେ । ଏବଂ ଏମାନଙ୍କ ନାଁରେ କେସ୍‌ ଚାଲିବ ବୋଲି ଜଣାପଡିଛି ।

ଶୁକ୍ରବାର ରାତି ୮ଟାରୁ  ଆରମ୍ଭ ହୋଇଥିବା ସଟ୍‌ଡାଉନ୍‌ । ଆଜି ସକାଳ ସମୟରେ ଭୁବନେଶ୍ୱରେ ଜଣେ ମହିଳା ସମେତ ୧୩ଜଣ ଜଣଙ୍କୁ ସଟ୍‌ଡାଉନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗରେ ସରକାରୀ କ୍ୱାରେଣ୍ଟାଇନ୍‌କୁ ପଠାଯାଇଛି ସେହିପରି ଭ୍ରଦକରେ ସଟଡାଉନ୍‌ ନିୟମ ଭାଙ୍ଗି ୯ଜଣଙ୍କ ସରକାରୀ କ୍ୱାରେଣ୍ଟାଇନ୍‌ରେ ପଠାଯାଇଛି । ନିୟମ ଉଲ୍ଲଂଘନ କରି ଗିରଫ ହୋଇଥିବା ସମସ୍ତଙ୍କ ନାଁରେ କେସ୍‌ ଚାଲିବ ବୋଲି ଜଣାପଡିଛି । ତେବେ ବିଭିନ୍ନ ପୋଲିସ ଷ୍ଟେସନରେ ୬୫ଜଣଙ୍କ ଅଟକ ରଖିଛି ପୋଲିସ । ସେମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । କେଉଁ ପରିସ୍ଥିତିରେ କିଭଳି ସେମାନ ସଟଡାଉନ୍‌ ସମୟରେ ବାହାରକୁ ବାହାରିଥିଲେ । ସେନେଇ ଛାନ୍‌ଭିନ୍‌ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.