ହଟିଲା ସପ୍ତାହାନ୍ତ କର୍ଫ୍ୟୁ : ୫୦% କ୍ଷମତାରେ ଖୋଲିବ ସିନେମା ହଲ

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭/୦୧: ହଟିଲା ସପ୍ତାହାନ୍ତ କର୍ଫ୍ୟୁ । କରୋନା ମାମଲା କମିବା ପରେ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବିନ୍ଦର କେଜ୍ରିଓ୍ୱାଲ ଏବାବଦରେ ଘୋଷଣା କରିଛନ୍ତି ।

ସୂଚନାନୁସାରେ, ଗତ କିଛି ଦିନ ଧରି ଦିଲ୍ଲୀ ସମେତ ସାରା ଦେଶରେ କରୋନା ମାମଲା ହୁହୁ ହୋଇ ବଢିଥିଲା । ଓମିକ୍ରନ ଭାରିଆଣ୍ଟ ତୃତୀୟ ଲହର ଆଣିଥିଲା । ଯାହାକୁ ଦେଖି ଦିଲ୍ଲୀ ସରକାର ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ କର୍ଫ୍ୟୁ ଲଗାଇଥିଲେ । ଏବେ ମାମଲା କମୁଛି । ଦିଲ୍ଲୀରେ ପଜିଟିଭିଟି ହାର ବି କମିବାରେ ଲାଗିଛି । ଏବେ ସପ୍ତାହାନ୍ତ କର୍ଫ୍ୟୁ ହଟିବା ସହ ସିନେମା ହଲ୍ ମଧ୍ୟ ଖୋଲିଛି । କେବଳ ନାଇଟ୍ କର୍ଫ୍ୟୁ ଜାରି ରହିବ । ତେବେ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଚାଲିବ । ସେହିପରି ଆଉ କିଚି କଟକଣାକୁ ମଧ୍ୟ ସରକାର କୋହଳ କରିଛନ୍ତି ।

ତେବେ କେବେ ସ୍କୁଲ ଓ କଲେଜ ଖୋଲିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୭୪୯୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୯ଜଣଙ୍କ ମୃତ୍ୟୁ ଘଟିଛି । ବୁଧବାର ଦିଲ୍ଲୀରେ ୫୭୬୦ ମାମଲା ସାମ୍ନାକୁ ଆସିଥିଲା ଓ ୩୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.