‘ଗଗନୟାନ’ କାର୍ଯ୍ୟକ୍ରମ ଲାଗି ଇଞ୍ଜିନର ପରୀକ୍ଷଣ ସଫଳ, ଘୋଷଣା କଲେ ISRO

Published By : Prameya-News7 Bureau | January 21, 2022 IST

ମହେନ୍ଦ୍ରଗିରି ୨୧।୧: ମହାକାଶ କ୍ଷେତ୍ରରେ ମହତ୍ୱାକାଙକ୍ଷୀ କାର୍ଯ୍ୟକ୍ରମ ଗଗନୟାନ ଲାଗି ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଙ୍ଗଠନ (ଇସ୍ରୋ)ଙ୍କ ପ୍ରସ୍ତୁତି ଜାରି ରହିଛି। ଏହି କ୍ରମରେ ଯାନ ଲାଗି ହାଇ ଥ୍ରଷ୍ଟ ଡେଭଲପମେଣ୍ଟ ଇଞ୍ଜିନର ପରୀକ୍ଷଣ କରାଯାଇଥିବା ବେଳେ ଏହା ସଫଳ ହୋଇଛି।  ଏହି ପରୀକ୍ଷଣ ଇସ୍ରୋଙ୍କ ତାମିଲନାଡୁ ମହେନ୍ଦ୍ରଗିରିସ୍ଥିତ ପ୍ରୋପଲେସନ କମ୍ପ୍ଲେକ୍ସରେ ହୋଇଥିଲା। ଏହା ପୂର୍ବରୁ ଅନ୍ୟ ଦୁଇଟି ଇଞ୍ଜିନର ପରୀକ୍ଷଣ ମଧ୍ୟ ସଫଳ ହୋଇଥିବା କୁହାଯାଇଛି।

{"id":577354,"sizeSlug":"full","linkDestination":"none"}

ଇସ୍ରୋଙ୍କ ଅନୁସାରେ ଇଞ୍ଜିନର ପ୍ରଦର୍ଶନ ପରୀକ୍ଷଣର ଉଦ୍ଦେଶ୍ୟ ପୂରଣ କରିଛି। ଦେଶର ପ୍ରଥମ ମାନବ ମହାକାଶ ଯାତ୍ରା ଲାଗି ପ୍ରସ୍ତୁତିରେ ଇଞ୍ଜିନ ପରୀକ୍ଷଣ ସଫଳତାର ଶେଷ ହେବା ଏକ ମାଇଲଖୁଣ୍ଟ ବୋଲି କୁହାଯାଇଛି। ଏହି ପରୀକ୍ଷଣ ପରେ ଇସ୍ରୋ ଏହିପରି ଆଉ ୩ଟି ପୃଥକ ପରୀକ୍ଷଣ କରିବେ ବୋଲି ଜଣାପଡିଛି। ଏହି ସବୁ ପରୀକ୍ଷଣ ୭୫ ସେକେଣ୍ଡ ଲେଖାଏଁ ହେବାକୁ ଥିବା ବେଳେ ଚୂଡ଼ାନ୍ତ ପରୀକ୍ଷଣ ୨୪୦ ସେକେଣ୍ଡର କରାଯିବ।

{"id":577355,"width":839,"height":629,"sizeSlug":"full","linkDestination":"none"}

ତେବେ ସଦ୍ୟ ସମାପ୍ତ ହୋଇଥିବା ପରୀକ୍ଷଣରେ ସାଧାରଣ ପରିସ୍ଥିତିରେ ଇଞ୍ଜିନର ମଜଭୁତି ପରଖା ଯାଇଛି। ଇଞ୍ଜିନ ପାରାମିଟର ପରୀକ୍ଷଣର ପୂର୍ଣ୍ଣ ଅବଧିରେ ପୂର୍ବନୁମାନ ସହ ମେଳ ଖାଉଥିବାର ପ୍ରମାଣିତ ହୋଇଛି। ଏଣୁ ପରୀକ୍ଷଣର ସଫଳତା ମହାକାଶକୁ ମାନବ ପ୍ରେରଣ ଲାଗି ଇସ୍ରୋଙ୍କ ମିସନର ପ୍ରାରମ୍ଭିକ ସଫଳତା ବୋଲି କୁହାଯାଉଛି। ମହେନ୍ଦ୍ରଗିରିସ୍ଥିତି କମ୍ପ୍ଲେକ୍ସରେ ଏହି ପରୀକ୍ଷଣ ଗୁରୁବାର ଅନୁଷ୍ଠିତ ହୋଇଥିବା ବେଳେ ଇସ୍ରୋ ଶୁକ୍ରବାର ଏ ବାବଦେ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.