Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

କେମିତି ଚାଲିଛି ବଜ୍ରକାପ୍ତା ଚାଲାଣ, ଷ୍ଟିଙ୍ଗ୍ ଅପରେସନରେ ଶିକାରୀଙ୍କ କାରନାମା

19/12/2019 at 2:16 PM

ନୂଆପଡା ୧୯।୧: କିଛିଦିନ ହେବ ଓଡିଶାର ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ ବଜ୍ରକାପ୍ତା ଚାଲାଣ । ଏହାକୁ ନେଇ ନ୍ୟୁଜ୍ ସେଭେନରେ ବାରମ୍ବାର ଖବର ପ୍ରସାରଣ ପରେ ବନବିଭାଗର ତତ୍ପରତା ଦେଖିବାକୁ ମିଳିଛି । ଆଠଗଡ ଅଞ୍ଚଳରୁ ୧୨ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି । ତେବେ ଓଡିଶାର ବିଭିନ୍ନ ଜଙ୍ଗଲରେ ଏହି କାରବାର ଚାଲୁଛି ।

ନ୍ୟୁଜ୍ ସେଭେନ ଷ୍ଟିଙ୍ଗ ଅପରେସନରେ ଧରା ପଡିଛି ଏହି କାରବାର । କ୍ୟାମେରାରେ କଏଦ ହୋଇଛି ନୂଆପଡା ଜିଲ୍ଲାରେ କେମିତି ଚାଲିଛି ବଜ୍ରକାପ୍ତା ବେପାର । ଗତ ଅକ୍ଟୋବର ୧୦ ତାରିଖରେ ବଜ୍ରକାପ୍ତା କାତି ଚୋରା ଚାଲାଣ କାରବାରରେ ଜୋଙ୍କ ପୋଲିସ ୩ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କଠାରୁ ଚାରି ଇଞ୍ଚର ବଜ୍ରକାପ୍ତା କାତି ଜବତ କରିବା ସହ ବ୍ୟବହୃତ ଏକ ମହିନ୍ଦ୍ରା ଟିୟୁଭି ଗାଡିକୁ ଜବତ କରିଥିଲା । ସେହି ଦିନଠାରୁ ନୂଆପଡାରେ ବଜ୍ରକାପ୍ତା ଚୋରାଚାଲଣକୁ ନେଇ ନ୍ୟୁଜ୍ ସେଭେନ ଷ୍ଟିଙ୍ଗ ଅପରେସନ ଆରମ୍ଭ କରିଥିଲା ।

ସୁନାବେଡା ଅଭୟାରଣ୍ୟରେ ବଜ୍ରକାପ୍ତା ଶିକାର କରି ବେପାର ଉଦ୍ଦେଶ୍ୟରେ ତାକୁ ଧରା ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଦେଖିବାକୁ ମିଳିଛି ସୁନାବେଡା ଅଭୟାରଣ୍ୟ ତଳି ଅଞ୍ଚଳରେ । ଗୋଟିଏ ବଜ୍ରକାପ୍ତାକୁ ରସିରେ ବନ୍ଧା ଯାଇଛି । ତାକୁ ଚାଲାଣ ପାଇଁ ଧରି ରଖା ଯାଇଛି । ଏନେଇ ସୁନାବେଡା ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ କହିଛନ୍ତି ସେମିତି କିଛି ଦୃଷ୍ଟିଗୋଚର ହୋଇନାହିଁ । ସୁନାବେଡା ଅଭୟାରଣ୍ୟ ଭିତରେ ଚିତାବାଘ ଥିବାରୁ ଶିକାରୀ ଜଙ୍ଗଲ ଭିତରକୁ ପଶି ପାରୁ ନଥିବା ସେ କହିଛନ୍ତି ।

ହେଲେ ଏହି ଭିଡିଓରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଜଙ୍ଗଲରେ ଖୁବ୍ ଆରାମରେ ବୁଲୁଛନ୍ତି ଶିକାରୀ ଆଉ ବିରଳ ବଜ୍ରକାପ୍ତା ଧରି ନେଉଛନ୍ତି । ଯାହା ବନ ବିଭାଗର କାମ ଉପରେ ପ୍ରଶ୍ନ ଉଠାଉଛି ।

   Related Posts