Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ

5/03/2021 at 12:01 PM

ବିନିକା ୫।୩: ଧୁମଧାମରେ ସମ୍ପନ୍ନ ହେଲା ବିବାହ । ବେଦୀରେ ହାତଗଣ୍ଠି ପଡିବା ସହ ବାହା ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ଜୀବନସାଥୀ ମଧ୍ୟ ହେଲେ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ବାପଘରୁ ଶାଶୁ ଘରକୁ ଯାଇପାରିଲେନି ନବବଧୂ । ଆଖିରେ ଆଖିଏ ସ୍ବପ୍ନ ଆଉ କେତେ ଆଶା ନେଇ ସ୍ବାମୀଙ୍କ ସହ ସୁଖରେ ସଂସାର କରିବେ ବୋଲି ଭାବିଥିଲେ । ଗୋଟିଏ ଦିନରେ ସବୁ ହୋଇଗଲା ଛାରଖାର । ବାପଘର ଛାଡି ଶାଶୁ ଘରକୁ ଯିବାବେଳେ ଚାଲିଗଲା ନବବଧୂଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁରେ ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଝୁଲୁଣ୍ଡା ଗାଁର ରୋଜି ସାହୁ ଓ ବଲାଙ୍ଗୀର ଜିଲ୍ଲା ତେତେଲ ଗାଁରୁ ବରଯାତ୍ରୀ ଝୁଲୁଣ୍ଡା ଆସିଥିଲେ । ଧୁମଧାମରେ ଭୋଜି ଭାତ ହେବାପରେ ବିବାହ ସମ୍ପନ୍ନ ହୋଇଥିଲା । ଝିଅ ରୋଜି ଓ ପୁଅ ବିସିକେଶନ ସାହୁଙ୍କ ଗୋଡ଼ ଧୋଇ ଉଭୟଙ୍କୁ ବିଦାୟ ଦେବା ସମୟରେ କାନ୍ଦି କାନ୍ଦି ହଠାତ୍ ଝିଅ ଚେତାଶୂନ୍ୟ ହୋଇ ଯାଇଥିଲେ । ସେଠାରୁ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାନ୍ଦି କାନ୍ଦି ତାଙ୍କର ହୃଦଘାତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

   Related Posts