ନୂଆଦିଲ୍ଲୀ ୨୧/୧୨: ବିଶ୍ବରେ ବ୍ୟାପିଲାଣି ନୂଆ ପ୍ରକାର କରୋନା ଭୂତାଣୁ। କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ବ୍ରିଟେନ୍ରେ ଦେଖିବାକୁ ମିଳିଥିବା ବେଳେ ଏଥିରେ ଆକ୍ରାନ୍ତ ଜଣେ ରୋଗୀ ଇଟାଲିରେ ଚିହ୍ନଟ ହୋଇଛନ୍ତି। ଇଟାଲିରେ ନୂଆ ପ୍ରକାର ଭୂତାଣୁ ଦ୍ବାରା ଆକ୍ରାନ୍ତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
କିଛି ଦିନ ମଧ୍ୟରେ ଆକ୍ରାନ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀ ବ୍ରିଟେନ୍ରୁ ଫେରିଥିଲେ। ବ୍ରିଟେନ୍ରୁ ଉଡ଼ାଣ ଭରିଥିବା ବିମାନ ରୋମର ଫିଉମିସିନୋ ଏୟାରପୋର୍ଟରେ ପହଞ୍ଚିଥିଲା। ନୂଆ ପ୍ରକାର କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ଆଇସୋଲେସନ୍ରେ ରଖାଯାଇଛି।
ନୂଆ ପ୍ରକାର କରୋନା ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ପରେ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉପରେ ରୋକ ଲଗାଉଛନ୍ତି ଅନ୍ୟ ଦେଶ। ଭାରତ, ନେଦରଲାଣ୍ଡ ସମେତ ଅନେକ ଦେଶ ଏବେ ବ୍ରିଟେନରୁ ନିଜ ଦେଶକୁ ଉଡ଼ାଣ ଉପରେ ରୋକ ଲଗାଇଛନ୍ତି। ଭାରତକୁ ବ୍ରିଟେନ୍ରୁ ଆସୁଥିବା ବିମାନ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ରୋକ ଲଗାଯାଇଛି।