Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଶ୍ବର ଉଚ୍ଚତମ ଗିରି ଶୃଙ୍ଗ ଏଭରେଷ୍ଟର ନୂଆ ଉଚ୍ଚତା କେତେ ଜାଣନ୍ତି? ନେପାଳ ସରକାର କଲେ ଘୋଷଣା

8/12/2020 at 4:12 PM

ନୂଆଦିଲ୍ଲୀ ୦୮/୧୨ : ବିଶ୍ବର ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ୍ ଏଭରେଷ୍ଟ୍ ବିଷୟରେ କିଏ ବା ନଜାଣେ । ଉଚ୍ଚତାକୁ ନେଇ ଏଭରେଷ୍ଟ୍ ଶୃଙ୍ଗ ସାରା ବିଶ୍ବରେ ପରିଚିତ । ସଦ୍ୟତମ ରିପୋର୍ଟ ଅନୁଯାୟୀ ଏହାର ଉଚ୍ଚତା ୮୮୪୮.୮୬ ମିଟର ରହିଛି । ମାଉଣ୍ଟ୍ ଏଭରେଷ୍ଟର ନୂଆ ଉଚ୍ଚତା ବିଷୟରେ ସୂଚନା ଦେଇଛନ୍ତି ନେପାଳର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାଓ୍ବାଲୀ । ସେ ଦେଇଥିବା ସୂଚନା ଅନୁଯାୟୀ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ୦.୮୬ ସେଣ୍ଟିମିଟର ବୃଦ୍ଧି ପାଇଛି ।

ବିଗତ କିଛି ବର୍ଷ ଧରି ଏଭରେଷ୍ଟ୍ ଗିରି ଶୃଙ୍ଗର ସଠିକ୍ ଉଚ୍ଚତା ଜାଣିବାପାଇଁ ପ୍ରୟାସ ଜାରି ରଖିଥିବା ନେପାଳ ମଙ୍ଗଳବାର ଏହାର ନୂଆ ଉଚ୍ଚତା ବିଷୟରେ ବିଧିବଦ୍ଧ ଭାବେ ସୂଚନା ଦେଇଛି । ୨୦୧୫ ମସିହାରେ ନେପାଳରେ ହୋଇଥିବା ଭୟଙ୍କର ଭୂମିକମ୍ପ ପରେ ମାଉଣ୍ଟ୍ ଏଭରେଷ୍ଟର ପ୍ରକୃତ ଉଚ୍ଚତା ବିଷୟରେ ଜାଣିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା । ତେବେ ୨୦୧୫ ଭୂମିକମ୍ପ ପୂର୍ବରୁ ଏଭରେଷ୍ଟ୍ ଶୃଙ୍ଗର ଉଚ୍ଚତା ୮୮୪୮ ମିଟର ଥିଲା ।

ତେବେ କିଛି ବିଶେଷଜ୍ଞ ଏବଂ ଅଧିକାରୀ ଏଭରେଷ୍ଟ୍ ପର୍ବତକୁ ପୁନଶ୍ଚ ମାପିବା ପାଇଁ ଯୋଜନା କରିଥିଲେ । ଏଥିରେ ନେପାଳ ସରକାର ମଧ୍ୟ ସହଯୋଗ କରିଥିଲେ । ତେବେ ୧୬୫ ବର୍ଷ ପୂର୍ବେ ଜଣେ ଭାରତୀୟ ଗଣିତଜ୍ଞଙ୍କ ଦ୍ବାରା ମାଉଣ୍ଟ୍ ଏଭରେଷ୍ଟକୁ ମପା ଯାଇଥିଲା । ଏହା ପରେ ପୁଣି ଥରେ ୧୯୫୪ ମସିହାରେ ଏଭରେଷ୍ଟ୍ ଗିରି ଶୃଙ୍ଗର ଉଚ୍ଚତା ମାପ କରାଯାଇଥିଲା । ସେବେ ଠାରୁ ଏଯାଏଁ ଏହାର ଉଚ୍ଚତା ୮୮୪୮ ମିଟର ବୋଲି ରହିଆସିଥିଲା । କିନ୍ତୁ ବର୍ତ୍ତମାନ ଏହାର ନୂଆ ଉଚ୍ଚତା ୮୮୪୮.୮୬ ମିଟର ବୋଲି ଘେଷଣା କରାଯାଇଛି । ଏଭରେଷ୍ଟ୍ ବିଶ୍ବର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ ଭାବେ ଗଣାଯାଏ ।  

   Related Posts