ଏପ୍ରିଲ ୩ ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ : ୮ ଯାଏଁ ପାଳନ ହେବ ପ୍ରବେଶ ଉତ୍ସବ

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର ୪/୩: ଏପ୍ରିଲ ୩ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଏହି ଦିନ ପ୍ରବେଶ ଉତ୍ସବ ପାଳନ କରାଯିବ । ୬ ରୁ ୧୪ ବର୍ଷ ବୟସ୍କ ସମସ୍ତ ଶିଶୁ ଯେଉଁମାନେ ବିଦ୍ୟାଳୟରେ ନାଁ ଲେଖାଇ ନଥିବେ ସେମାନେ ସ୍କୁଲକୁ ଆଣିବା ଉପରେ ଏଥିରେ ଗୁରତ୍ବ ଦିଆଯାଇଛି ।

ପ୍ରବେଶ ଉତ୍ସବ କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ୩ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଷ୍ଟାଣ୍ଡିଂ କମିଟି ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟା, ପିତାମାତା ସଂଘ, ମାତୃମଞ୍ଚ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ, ଅଙ୍ଗନଓ୍ବାଡି କର୍ମୀ, ସ୍ବାସ୍ଥ୍ୟକର୍ମୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରତିନିଧି ପିଲାମାନଙ୍କୁ ନେଇ ଶିକ୍ଷା ସଚେତନତା କରିବେ ।

ଏପ୍ରିଲ ୮ ପର୍ଯ୍ୟନ୍ତ ପ୍ରବେଶ ଉତ୍ସବ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ । ଏପ୍ରିଲ ୯ରେ ସମସ୍ତ ବିଦ୍ୟାଳୟରେ ପୂର୍ଣ୍ଣ ଉପସ୍ଥାପ ଦିବସ ପାଳନ କରାଯିବ । ଏହି ଦିନ ନାମ ଲେଖାଇ ଥିବା ପିଲାଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଯିବ ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.