କରୋନା ମୁକାବିଲା ମଧ୍ୟରେ କେଜ୍ରିୱାଲଙ୍କ ବଡ ଘୋଷଣା, ଦିନ ମଜୁରିଆଙ୍କୁ ମିଳିବ ୫ ହଜାର ଟଙ୍କା

Published By : Prameya-News7 Bureau | March 24, 2020 IST

ନୂଆଦିଲ୍ଲୀ, ୨୪ ୦୩: କରୋନା ଭାଇରସକୁ ନେଇ ଭାରତରେ ଏବେସୁଦ୍ଧା ୫୦୩ଟି ମାମଲା ସାମ୍ନାକୁ ଆସିଛି । ଏହି ଭାଇରସ ସାରା ବିଶ୍ୱରେ ମଧ୍ୟ ଆତଙ୍କ ସୃଷ୍ଟି କରିଛି । ଜନଜୀବନ ଠପ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାତି ୧୨ଟା ପରଠୁ ସାରା ଦେଶକୁ ଲକଡାଉନ୍ ଘୋଷଣା କରିଛନ୍ତି । ସଂକ୍ରମଣ ଭୟରେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ତେବେ ଦିନ ମଜୁରିଆଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଏହାକୁ ନଜରରେ ରଖି ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଦିନ ମଜୁରିଆଙ୍କୁ ୫ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

{"id":243597,"width":765,"height":574,"sizeSlug":"large"}

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ କରୋନା ଭାଇରସ ତୃତୀୟ ପର୍ଯ୍ୟାୟ ଆଡକୁ ଗତି କରୁଛି । ଏଥିପାଇଁ ୫ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ସେମାନଙ୍କୁ ୨୪ ଘଂଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

{"id":243598,"width":752,"height":501,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, କିଛି ସଂକ୍ରମିତ ସୁସ୍ଥ ହେବାରେ ଲାଗିଛନ୍ତି । ଏହା ଏକ ଭଲ ଖବର । ଏବେବି କରୋନା ବିରୋଧରେ ଲମ୍ବା ଲଢେଇ ଲଢିବାକୁ ହେବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.