ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାଧାରି ଧ୍ୟାନ ଦିଅନ୍ତୁ: ଗୋଟେ ମିସ୍ କଲରେ ହୋଇଯିବ କାମ

Published By : Prameya-News7 Bureau | April 26, 2019 IST

wp:heading {"level":5}
ଆଜିକାଲିର ଧାଁ ଦୌଡ ଜୀବନରେ ଲୋକଙ୍କ ପାଖରେ ସମୟର ଅଭାବ ଥିବାରୁ ବ୍ୟାଙ୍କ ଯାଇ ଆକାଉଣ୍ଟ ସମ୍ବନ୍ଧିତ ସୂଚନା ଜାଣିବା ବହୁତ କଷ୍ଟକର ହୋଇଥାଏ। ତେବେ ଏହି ସମସ୍ୟାର ସମାଧାନ ବ୍ୟାଙ୍କ କରାଇଛି। ଏବେ ବ୍ୟାଙ୍କ ଯାଇ ଆକାଉଣ୍ଟ କାମ କରିବା ଆବଶ୍ୟକ ନାହିଁ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଏକ ଖାସ ସର୍ଭିସ ଯୋଗାଇବ। ଗୋଟେ ମିସକଲ ଦ୍ବାରା ଘରେ ବସି ବସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକମାନେ ନିଜ ଆକାଉଣ୍ଟ ସଂମନ୍ଧିତ ସବୁ ସୂଚନା ଜାଣିପାରିବେ।  
/wp:heading wp:heading {"level":5}
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମିସ କଲ ସର୍ଭିସ ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ଯେଉଁମାନେ ତାଙ୍କ ମୋବାଇଲ ନମ୍ୱର ନିଜ ବ୍ୟାଙ୍କ ଆକାଉଣ୍ଟ ସହ ପଞ୍ଜିକୃତ କରାଇଛନ୍ତି। ଏହି ସର୍ଭିସ ପାଇଁ କେବଳ ନିଜ ମୋବାଇଲ ନମ୍ୱରରୁ ବ୍ୟାଙ୍କର ଟୋଲ ଫ୍ରି ନମ୍ୱର ୧୮୦୦ ୧୮୦ ୨୨୨୩ ବା ୦୧୨୦-୨୩୦୩୦୯୦ ରେ ମିସ କଲ କରିବାକୁ ହେବ। ଏହା ପରେ ବ୍ୟାଙ୍କ ଦ୍ବାରା ପଠାଯାଇଥିବା ଏସଏମଏସରେ ଆକାଉଣ୍ଟ ବିଷୟରେ ବିଶେଷ ସୂଚନା ଜାଣିହେବ।
/wp:heading wp:heading {"level":5}
-ଏହି ସର୍ଭିସ ପାଇଁ କୌଣସି ଚାର୍ଜ ଲାଗେ ନାହିଁ।
/wp:heading wp:heading {"level":5}
- ଆକାଉଣ୍ଟରେ ଥିବା ବାଲାନ୍ସ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିଥାଏ।
/wp:heading wp:heading {"level":5}
- ଆକାଉଣ୍ଟରେ ଥିବା ବାଲାନ୍ସ ବିଷୟରେ ଜାଣିବା ପାଇଁ ସୁବିଧାଜନକ ଓ ସୁରକ୍ଷିତ ଉପାୟ ଅଛି। ପିଏନବି ମିସ କଲ ଆଲର୍ଟ କରାଇବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଯାଇ ନିଜ ମୋବାଇଲ ନମ୍ୱରକୁ ଆକାଉଣ୍ଟ ସହ ରେଜିଷ୍ଟର କରାଇଲେ ଏହି ସର୍ଭିସର ଫାଇଦା ଉଠାଇପାରିବେ।   
/wp:heading wp:heading {"level":5}
- ଏବେ ଏହି ସର୍ଭିସ କେବଳ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ ଓ କରେଣ୍ଟ ଆକାଉଣ୍ଟରେ ଉପଲବ୍ଧ ଅଛି। ଏହି ସର୍ଭିସକୁ କେତେ ଥର ବ୍ୟବହାର କରାଯିବ ତାର ମଧ୍ୟ କୌଣସି ସୀମା ରଖାଯାଇନାହିଁ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.