ରାଜ୍ୟରେ ପୁଣି ପାଞ୍ଚ କରୋନା ଆକ୍ରାନ୍ତ ଚିହ୍ନଟ, ୧୫୪ ଛୁଇଁଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

Published By : Prameya-News7 Bureau | May 02, 2020 IST

ଭୁବନେଶ୍ୱର ୦୨।୦୫: ରାଜ୍ୟରେ ଆଜି ପୁଣି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଥିବା ସଂକ୍ରମିତ ସଂଖ୍ୟା ୧୫୪ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ୱେବସାଇଟ୍‌ ମାଧ୍ୟମରୁ ଜଣାପଡିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ସୂଚନା ରହିଛି ।

{"id":263299,"sizeSlug":"large"}

ରାଜ୍ୟରେ ବର୍ତମାନ ସୁଦ୍ଧା ୧୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ଟି ଆକ୍ଟିଭ କେସ୍‌ ରହିଥିବା ବେଳେ ୫୫ଜଣ ସୁସ୍ଥ ହୋଇସାରିଲେଣି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.