ନେପାଳର ବିସ୍ତାରବାଦୀ ନୀତି; ଭାରତର ଭୂ-ଭାଗକୁ ଶହେ ଟଙ୍କିଆ ନୋଟରେ ଦର୍ଶାଇଲା

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ: ନେପାଳ ସରକାରଙ୍କ ଭାରତ ବିରୋଧୀ ଷଡ଼ଯନ୍ତ୍ର । ଭାରତ ଭୂ-ଭାଗକୁ ନିଜର କହିଲା ନେପାଳ । ନିଜ ଶହେ ଟଙ୍କିଆ ନୋଟ୍‌ରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀକୁ ନିଜର ବୋଲି ଦର୍ଶାଇଛି । ଶହେ ଟଙ୍କିଆ ନୋଟ୍‌ରେ ଥିବା ନେପାଳ ମନଚିତ୍ରରେ ଏହି ସବୁ ସ୍ଥାନରୁ ଯୋଡ଼ିଛି ।ଏହି ଭୂ-ଭାଗକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ନେପାଳର ଏଭଳି କାମକୁ କୃତ୍ରିମ ବିସ୍ତାର ଏବଂ ସରକାରଙ୍କ ଅସ୍ଥିରତା ବୋଲି ଭାରତ କହିଛନ୍ତି । 

ଶୁକ୍ରବାର ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଏହି ମିଟିଂରେ ଶହେ ଟଙ୍କିଆ ନୋଟରେ ବିବାଦୀୟ ସ୍ଥାନକୁ ସ୍ଥାନିତ କରିବାକୁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି । ମାନଚିତ୍ରରେ  ନୋଟ୍‌ରେ ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀକୁ ନିଜ ଭୂ-ଭାଗ ବୋଲି ଦର୍ଶାଇଛି । କ୍ୟାବିନେଟର ଏହି ନିଷ୍ପତ୍ତିକୁ ମିଡିଆକୁ ସୂଚନା ଦେଇଛନ୍ତି ନେପାଳ ସରକାରଙ୍କ ମୁଖପାତ୍ର ରେଖା ଶର୍ମା । 

ସୂଚନା ଓ ସଂଚାର ମନ୍ତ୍ରୀ ରେଖା ଶର୍ମା କହିଛନ୍ତି, ୨୫ ଏପ୍ରିଲ୍ ଓ ୨ ମେ’ରେ କ୍ୟାବିନେଟ୍ ବୈଠକ ବସିଥିଲା । ଏହି ମିଟିଂରେ ପୁରୁଣା ଶେହ ଟଙ୍କିଆ ନୋଟର ଡିଜାଇନ୍ ପରିବର୍ତ୍ତନ ଏବଂ ନୋଟରେ ଥିବା ନେପାଳ ମାନଚିତ୍ରକୁ ମଧ୍ୟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ।  

୨୦୨୦ ଜୁନ ୧୮ ତାରିଖରେ ନେପାଳ ସରକାର ସମ୍ବିଧାନ ସଂଶୋଧନ କରିଥିଲେ । ଏଥିରେ ନେପାଳର ରାଜନୈତିକ ମାନଚିତ୍ରକୁ ପରିବର୍ତ୍ତନ କରାଯାଇଥିଲା । ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀ ଭଳି ବିବାଦୀୟ ସ୍ଥାନକୁ ପ୍ରଚଣ୍ଡ ସରକାର ନିଜର ବୋଲି ଦର୍ଶାଇଥିଲା । ଏହାକୁ ନେଇ ଭାରତ ସରକାର କଡ଼ା ଜବାବ ଦେଇଥିଲା । ନେପାଳ ସରକାରଙ୍କ ଏକତରଫା ନିଷ୍ପତ୍ତି ଓ କ୍ଷେତ୍ରୀୟ ଦାବି ଏକ କୃତ୍ରିମ ବିସ୍ତାର । ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣୀ ଅଖଣ୍ଡ ଭାରତ ଅଂଶ ଏହାକୁ କେହି ଅଲଗା କରିପାରିବେ ନାହିଁ । 

  • Nepal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.