କ'ଣ ରହିଛି ନାଟୋର ଯୋଜନା ? ରୁଷକୁ ଲାଗିଥିବା ୟୁରୋପୀୟ ଦେଶରେ ୪୦ ହଜାର ଯବାନ ମୁତୟନ

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ: ଯେଉଁ ନାଟୋରେ ସାମିଲ ହେବାର ଆଶଂକା ଯୋଗୁଁ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଛି, ଏବେ ସେହି ସଂଗଠନର ସେନା ରୁଷକୁ ଘେରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ପୂର୍ବ ୟୁରୋପୀୟ ଦେଶ ସହ ଜଡିତ ରୁଷ ସୀମା ଗୁଡିକରେ ନାଟୋ ୪୦ ହଜାର ସୈନିକ ମୁତୟନ କରିଛି। ୟୁକ୍ରେନ ଉପରେ ରୁଷର ଆକ୍ରମଣର ଠିକ ଗୋଟିଏ ବର୍ଷ ପୂର୍ବେ ୨୦୨୧ ଫେବ୍ରୁଆରୀରେ ନାଟୋ କମାଣ୍ଡୋ ଅଧିନରେ ୪,୬୫୦ ସୈନିକ ମୁତୟନ କରାଯାଇଥିଲା । ଏଷ୍ଟୋନିଆ, ଲାତଭିୟା, ଲିଥୁଆନିୟା ଏବଂ ପୋଲାଣ୍ଡରେ ନିୟୋଜିତ ଏହି ସୈନିକରେ ୪ ଦେଶର ଯବାନ ସାମିଲ ଥିଲେ। ଏହାପରେ ରୁଷ ପକ୍ଷରୁ ମଧ୍ୟ ସୈନିକଙ୍କ ସଂଖ୍ୟା ବୃଦ୍ଧି କରାଯାଇଥିଲା।

ରୁଷ ୟୁକ୍ରେନ ସୀମାରେ ନିଜ ସୈନ୍ୟ ବଳ ବଢାଇବା ସହ ଏହାକୁ ରକ୍ଷଣାତ୍ମକ ପଦକ୍ଷେପ ବୋଲି କହିଥିଲା । ରୁଷ କହିଥିଲା, ୧୯୯୦ ପରେ ପ୍ରଥମ ଥର ପାଇଁ ନାଟୋର ଆମ ପୂର୍ବ ସୀମାରେ ଏହିପରି ଘେରାବନ୍ଦୀ କରିବାକୁ ପ୍ରୟାସ କରିଛି। କିନ୍ତୁ ଏବେ ରୁଷ ପ୍ରତି ନାଟୋର ଆକ୍ରମଣାତ୍ମକ ଅହୁରି ଅଧିକ ହୋଇଛି। ଏଥିରେ ରୁଷକୁ ଲାଗି ରହିଥିବା ନିଜର ସହଯୋଗୀ ଦେଶ ଗୁଡିକରେ ସୈନିକ ମୁତୟନକୁ ଅଧିକ କରିଛି ନାଟୋ। ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷର ପୂର୍ବ ସୀମାରେ ସ୍ଥିତ ନିଜ ସହଯୋଗୀ ଦେଶରେ ନାଟୋ ସୈନିକଙ୍କ ସଂଖ୍ୟା ୪୦ ହଜାର ଉପରେ ପହଞ୍ଚିଛି ।

ପୋଲାଣ୍ଡରେ ନାଟୋ ସୈନିକଙ୍କ ସଂଖ୍ୟା ୧,୦୧୦ରୁ ବଢି ୧୦,୫୦୦ରେ ପହଞ୍ଚିଛି। ଏହାଛଡା ସ୍କୋଭାକିଆ, ହଙ୍ଗେରୀ, ରୋମାନିଆ ଏବଂ ବୁଲଗାରିଆରେ ସୈନିକଙ୍କ ମୁତୟନ ବୃଦ୍ଧି କରାଯାଇଛି। ଏପଟେ ଦ୍ୱିପାକ୍ଷିକ ବୁଝାମଣା ଅନୁସାରେ ୟୁରୋପୀୟ ଦେଶ ଆମେରିକୀୟ ସୈନିକ ମୁତୟନ ପାଇଁ ଦାବି କରିଥିଲା। ଏହିପରି ୟୁରୋପରେ ଆମେରିକୀୟ ସୈନିକଙ୍କ ସଂଖ୍ୟା ୧ ଲକ୍ଷ ନିକଟରେ ପହଞ୍ଚି। ୨୦୦୫ ମସିହା ପରେ ଏହି ସୈନ୍ୟ ମୁତୟନ ସବୁଠୁ ଅଧିକ।

ନଟୋ ସଂଗଠନରେ ସାମିଲ ଦେଶ ନିଜର ନୀତିରେ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି। ସ୍ଥଳ, ସମୁଦ୍ରଠୁ ଆରମ୍ଭ କରି ଆକାଶରେ ଶକ୍ତି ବଢାଇବା ପାଇଁ ପ୍ରୟାସ କରୁଛି। କେବଳ ଏହା ନୁହେଁ, ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡ ପରି ଦେଶ ମଧ୍ୟ ନାଟୋର ସଦସ୍ୟତା ପାଇଁ ଇଚ୍ଛୁକ ହୋଇଛନ୍ତି। ଦଶନ୍ଧି ଦଶନ୍ଧି ଧରି ଏହି ସଂଗଠନରୁ ଦୂରରେ ରହିଥିବା ଦୁଇ ଦେଶ ରୁଷଠାରୁ ବିପଦ ଆଶଂକା କରି ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ରିପୋ୍ର୍ଟ ଅନୁସାରେ, ଆସନ୍ତା କିଛି ସପ୍ତାହରେ ଦୁଇ ଦେଶଙ୍କୁ ନାଟୋର ସଦସ୍ୟତା ମିଳିପାରେ। ଉଲ୍ଲେଖଯୋଗ୍ୟ ଯେ, ରୁଷର ସ୍ଥଳସୀମା ସହ ଫିନଲ୍ୟାଣ୍ଡ ଏବଂ ଜଳସୀମା ସହ ସ୍ୱୀଡେନର ସୀମା ଲାଗି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.