ଜାତୀୟ ମହିଳା ହକି ଖେଳାଳୀ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ

Published By : Prameya-News7 Bureau | March 29, 2019 IST

ଜାମସେଦପୁର ୨୯/୩- ପୂର୍ବ ସିଂହଭୂମି ଜାମସେଦପୁରରେ ରହୁଥିବା ଜଣେ ଜାତୀୟ ମହିଳା ହକି ଖେଳାଳୀ ଆଣିଲେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଏହି ଅଭିଯୋଗ ଅନୁସାରେ ଶାଶୁଘରର ସମସ୍ତ ସଦସ୍ୟ ସଂପୃକ୍ତ ଥିବା ଜଣାଯାଇଛି ।

ସୁନୀତା ନାମକ ଜଣେ ଜାତୀୟ ମହିଳା ହକି ଖେଳାଳୀଙ୍କର ମେ ମାସ ୨୦୧୬ ମସିହାରେ ବିଶ୍ଵଜିତ ମହାପାତ୍ର ନାମକ ଜଣେ ବାସ୍କେଟବଲ ଖେଳାଳୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଯାନିଯୌତୁକ ସମେତ ଶଶ୍ଵର ଘର ଲୋକ ଯାହା ଦାବୀ କରିଥିଲେ ସୁନୀତାଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା ।

ସୁନୀତା ଜଣେ ହକି ଖେଳାଳୀ ଥିଲାବେଳେ ବିଶ୍ଵଜିତ ଥିଲେ ଜଣେ ବାସ୍କେଟବଲ ଖେଳାଳୀ । ଏହା ସହିତ ବିଶ୍ଵଜିତ ମଧ୍ୟ ଜଣେ ନେତାଙ୍କର ଅଙ୍ଗରକ୍ଷୀ ଭାବେ କାମ କରୁଥିଲେ ।

କିନ୍ତୁ ବିବାହର ଦୁଇବର୍ଷ ପରେ ୫ଲକ୍ଷ ଟଂକାର ଯୌତୁକ ବାବଦରେ ପରିବାର ଲୋକଙ୍କ ପକ୍ଷରୁ ଆଉଥରେ ଦାବୀ କରିଥିଲେ । ଏମିତିକି ସୁନୀତାଙ୍କ ପରିବାର ପକ୍ଷରୁ ଦେବାପାଇଁ ରାଜିଥିଲେ । ପ୍ରଥମେ ୧ଲକ୍ଷ ଟଂକା ଦେଇଥିଲେ ଓ ପରେ ଦେବା କଥା କହିଥିଲେ । କିନ୍ତୁ ସୁନୀତାଙ୍କ ପରିବାର ଲୋକ ଠିକ ସମୟରେ ଦେଇ ନପାରିବାରୁ ଆରମ୍ଭ ହୋଇଯାଇଥିଲା ନିର୍ଯ୍ୟାତନା ।

ସୁନୀତା ଗର୍ଭବତୀ ଥିବା ସତ୍ତ୍ଵେ ବି ମାନସିକ ଶାରୀରିକଭାବେ ଶଶ୍ଵର ଘର ଲୋକ ଦେଉଥିଲେ ନିର୍ଯ୍ୟାତନା । ଏଥିରେ ସୁନୀତା ଅତିଷ୍ଠ ହୋଇ ଥାନାରେ ଆଣିଛନ୍ତି ଅଭିଯୋଗ ।

ପୋଲିସ ଅଭିଯୋଗ ଅନୁସାରେ ତଦନ୍ତ କରି କାରର୍ଯ୍ୟାନୁଷ୍ଠାନ ନେବାକୁ ସୁନୀତାଙ୍କୁ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.