ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ମତଦାତା ଦିବସ ପାଳିତ

Published By : Prameya-News7 Bureau | January 25, 2022 IST

ରାଇରଙ୍ଗପୁର ୨୫।୦୧:  ଆଜି ସାରା ଦେଶ ପାଳୁଛି ଦ୍ୱାଦଶ ଜାତୀୟ ମତଦାତା ଦିବସ। ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ମତଦାନ ଅଧିକାର ପାଇଁ ଶପଥ ପାଠ କରାଇଥିଲେ।

{"id":579039,"sizeSlug":"full","linkDestination":"none"}

ଉପଜିଲ୍ଲାପାଳ କହିଥିଲେ ଯେ, ଆମ ଦେଶରେ ସମ୍ବିଧାନ ଦେଇଥିବା ମତଦାନ ଅଧିକାରକୁ ସାବ୍ୟସ୍ତ କରିବା । ଗଣତନ୍ତ୍ରର ସୁରକ୍ଷା ପାଇଁ ମତଦାନ ଅନିର୍ବାର୍ଯ୍ୟ ଅଟେ । ଯେଉଁ ଯୁବକ ଯୁବତୀ ମାନେ ଅଠର ବର୍ଷରୁ ଅଧିକ ବୟସ ହୋଇଛନ୍ତି । ସେମାନେ ନିଶ୍ଚିତ ଭାବେ ଭୋଟର ତାଲିକାରେ ନିଜର ନାମ ପଞ୍ଜିକୃତ କରି ମତାଧିକାର ସାବ୍ୟସ୍ତ କରନ୍ତୁ।

{"id":579040,"sizeSlug":"full","linkDestination":"none"}

ସେହିପରି ମତଦାତା ଦିବସ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଉପହାର ପ୍ରଦାନ କରିଥିଲେ ଉପଜିଲ୍ଲାପାଳ। ଏହା ସହିତ ନୂତନ ଭୋଟର ତାଲିକାରେ ପଞ୍ଜିକୃତ ଭୋଟରମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ।  ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ତହସିଲଦାର, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ,ରାଜସ୍ୱ ଅଧିକାରୀ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉପସ୍ଥିତ ରହିଥିଲେ ।

{"id":579041,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.