Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମମତା ଭୁଲିଗଲା ଜନ୍ମକଲା ମା’ : ନିଜର ୩ ଶିଶୁଙ୍କୁ ଛୁରୀ ଭୁଷି ଅତି ନିର୍ମମ ଭାବେ କଲା ହତ୍ୟା, ବର୍ବରତାରୁ ବର୍ତ୍ତିଲାନି ୬ ମାସର ଶିଶୁ

13/04/2021 at 8:30 PM

କାଲିଫର୍ଣ୍ଣିଆ ୧୩/୦୪ : ମା’ ବି ଏମିତି କରିପାରେ ! ସନ୍ତାନ ଏବଂ ମା ମଧ୍ୟରେ ଥିବା ସମ୍ପର୍କକୁ ଭୁଲିଗଲା ଜନ୍ମଦାତ୍ରୀ ଜନନୀ । ଘରୋଇ ହିଂସା ଯୋଗୁଁ ନିଜ ଛୁଆମାନଙ୍କୁ ବି ହତ୍ୟା କରିବାକୁ ପଛାଇଲାନି ନୃଶଂସ ମା । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି କାଲିଫର୍ଣ୍ଣିଆର ରେସେଡାରେ । ଯେଉଁଠାରେ ଜଣେ ମା’ ନିଜର ୩ ଜଣ ଶିଶୁଙ୍କୁ ଅତି ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଛି । ୩ ଏବଂ ୨ ବର୍ଷର ଶିଶୁ ସମେତ ୬ ମାସର ଶିଶୁ ମଧ୍ୟ ରକ୍ଷା ପାଇନାହିଁ ଏହି ବର୍ବରୋଚିତ କାଣ୍ଡରୁ । ଗତ ଶନିବାର ଦିନ ଏଭଳି ଘଟଣା ଘଟିଛି । ୩ ଶିଶୁଙ୍କୁ ହତ୍ୟା କରିବା ପରେ ମା’ ଲିଲିୟାନା କାରିଲୋ ଫେରାର ହୋଇଯାଇଛି ।

ସୂଚନା ଅନୁସାରେ, ମୃତ ୩ ଶିଶୁଙ୍କ ଜେଜେ ମା ପ୍ରଥମେ ଘଟଣା ବାବଦରେ ସୂଚନା ପାଇଥିଲେ । ଘରର ଏକ କୋଠରୀରେ ରକ୍ତରଞ୍ଜିତ ମୃତଦେହ ଦେଖି ତାଜୁବ ହୋଇଯାଇଥିଲେ ପିତା ଇରିକ୍‌ ଡେନ୍‌ଣ୍ଟନ୍‌ । ଏହା ପରେ ସେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ପୋଲିସ ମଧ୍ୟ ଭାବ ବିହ୍ବଳ ହୋଇପଡିଥିଲା । ପୋଲିସ ଅଫିସର ରାଉଲ ଜୋଏଲ କହିଛନ୍ତି, ‘ନିଜ ଚାକିରି କ୍ୟାରିୟର ମଧ୍ୟରେ ଏଭଳି ଘଟଣା କେବେ ଘଟିନଥିଲା । ଜଣେ ପୋଲିସ ଅଫିସର ଭାବେ ଏହାକୁ ଦେଖିବା ମଧ୍ୟ ଅସମ୍ଭବ ହୋଇପଡିଛି ।’

ସୂଚନା ଅନୁସାରେ, ଇରିକ୍‌ ଡେନ୍‌ଣ୍ଟନ୍‌ ଏବଂ ତାଙ୍କ ପତ୍ନୀ ଲିଲିୟାନା କାରିଲୋଙ୍କ ମଧ୍ୟରେ ଘରୋଇ କଳହକୁ ନେଇ ବିବାଦ ଲାଗିରହିଥିଲା । ସମୟ କ୍ରମେ ଉଭୟ ଅଲଗା ରହୁଥିଲେ । କିନ୍ତୁ ପିଲାମାନଙ୍କ ଦାୟିତ୍ବ କିଏ ନେବ ସେ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ଘଟଣାକୁ ନେଇ ଟେନ୍‌ଣ୍ଟନ୍‌ଙ୍କ ସମ୍ପର୍କୀୟ ଟେରୀ ମିଲର କହିଛନ୍ତି, ‘ଲିଲିୟାନା ଅସୁସ୍ଥ ଥିଲେ । ଗତ କିଛି ମାସ ହେବ ସେ ମାନସିକ ଭାବେ ଦୁର୍ବଳ ଥିଲେ । ଲିଲିୟାନାଙ୍କ ମାନସିକ ଭାରସାମ୍ୟ ଧିରେଧିରେ ବିଗିଡିବାରୁ ମାଧ୍ୟ ହୋଇ ଏ ନେଇ ଇରିକ୍‌ ଶିଶୁ ସୁରକ୍ଷା ବିଭାଗରେ ଅଭିଯୋଗ ମଧ୍ୟ କରିଥିଲେ’ ।

ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ଏବଂ ଅଭିଯୁକ୍ତ ମା’ ଲିଲିୟାନା କାରିଲୋକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

   Related Posts