କ୍ରିକେଟ ପରେ ପଶୁପାଳନରେ ମଧ୍ୟ ଆଗରେ ଧୋନୀ, ପାଇଲେ ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର

Published By : Prameya-News7 Bureau | March 07, 2021 IST

ରାଞ୍ଚୀ,୦୭/୦୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଶ୍ରେଷ୍ଠ ଫିନିସର୍ ଅଟନ୍ତି । ଏବେ ସେ ସର୍ବଶ୍ରେଷ୍ଠ ପଶୁପାଳକ ମଧ୍ୟ ହୋଇଛନ୍ତି । ଧୋନଙ୍କୁ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବ ଭାରତର ପଶୁପାଳନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଛି । ଏହାସହ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି ।

ଧୋନୀ ନିଜର ୪୩ ଏକର ଫାର୍ମ ହାଉସରେ ପନିପରିବା, ଫଳ ବ୍ୟତୀତ ଡାଏରୀ ଫାର୍ମ କରିଛନ୍ତି । ଶନିବାର ବିର୍ସା କୃଷି ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଆଗ୍ରୋଟିକ୍ କିଷାନ ମେଳାରେ ମାହିଙ୍କୁ ସମ୍ମାନସ୍ପଦ ସ୍ମୃତି ଚିହ୍ନ ଓ ଉତରୀୟ ପ୍ରଦାନ କରାଯାଇଛି । ଯାହାକୁ ତାଙ୍କ ପ୍ରତିନିଧି କୃଣାଲ ଗୌରବ ସ୍ୱୀକାର କରିଛନ୍ତି ।

ରାଞ୍ଚୀର କାଙ୍କେ ସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶୁ ପାଳନ ବାବଦରେ ଅନେକ ତଥ୍ୟ ରହିଥିଲା । ପ୍ରଦର୍ଶନୀ ମଧ୍ୟ କରାଯାଇଥିଲା । ପ୍ରଥମ ଥର ପାଇଁ ଧୋନୀଙ୍କ ଡାଏରୀ ଫାର୍ମରୁ ଦୁଇଟି ଗାଈକୁ ଅଣାଯାଇଥିଲା । ଏହି ଗାଈ ପ୍ରତିଦିନ ୩୫ ଲିଟର କ୍ଷୀର ଦେଇଥାନ୍ତି ।

{"id":418978,"sizeSlug":"large","linkDestination":"none"}

ଧୋନୀଙ୍କ ଫାର୍ମ ହାଉସର ଗାଈ ବ୍ୟତୀତ ଅନ୍ୟମାନେ ମଧ୍ୟ ନିଜ ନିଜର ଗାଈଙ୍କୁ ପ୍ରଦର୍ଶନୀରେ ସାମିଲ କରିଥିଲେ । କିନ୍ତୁ ୬ ସଦସୀୟ ବିଚାରକ ମଣ୍ଡଳୀ ଧୋନୀଙ୍କ ଗାଈକୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଥିଲେ ।

ରାଞ୍ଚୀ ସ୍ଥିତ ମହେନ୍ଦ୍ର ସିଂ ଧୋନୀଙ୍କ ଫାର୍ମ ହାଉସରେ ଡାଏରୀ ଫାର୍ମ ରହିଛି । ଏବେ ଏଠାରେ ପ୍ରାୟ ୧୦୪ ଗାଈ ରହିଛନ୍ତି । ଗୀର, ପ୍ରିଜିୟନ, ସାହିଓ୍ୱାଲ ପ୍ରଜାତିର ଅଧିକ ଗାଈ ଅଛନ୍ତି । ଏହାସହ ଦେଶୀ ଗାଈ ମଧ୍ୟ ଡାଏରୀ ଫାର୍ମରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.