ଏନଏଚ-୫୭ କଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ପାଖରେ ପଡିଛି ଟାଙ୍ଗିଆ

Published By : Prameya-News7 Bureau | January 17, 2022 IST

ବୌଦ୍ଧ, ୧୭/୦୧: ଜାତୀୟ ରାଜପଥ କଡରୁ ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ ।   ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ କଡରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ ଦେହ ନିକଟରେ ପଡିଥିବା ଟାଙ୍ଗିଆକୁ ମଧ୍ୟ ଜବତ କରାଯାଇଛି ।

ସୁଚନା ଅନୁସାରେ, ସୋମବାର ସକାଳେ ରାସ୍ତା କଡରେ ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତକ ଜଣଙ୍କ  ସରସରା ଗ୍ରାମର ଅନାମୁ ମିର୍ଦ୍ଧା ବୋଲି ଜଣାପଡିଛି । ତାଙ୍କ ହାତକୁ ବନ୍ଧା ଯାଇ ଟାଙ୍ଗିଆରେ ହତ୍ୟା କରାଯାଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଅନୁମାନ କରାଯାଉଛି । ଅନ୍ୟପଟେ ଅନାମୁ ମିର୍ଦ୍ଧା ମଦ୍ୟପାନ କରୁଥିବାବେଳେ  କାହା ସହିତ ଝଗଡାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ସେ ଜଣେ ମେଳାପୀ ଯୁବକ ହୋଇଥିବାରୁ ତାଙ୍କୁ କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ପରିବାର ଲୋକଙ୍କ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.