ଧାନ ବିଲରେ ପଡିଛି ନରକଙ୍କାଳ, ଏବେ ଯାଏଁ ମିଳିନି ପରିଚୟ

Published By : Prameya-News7 Bureau | January 18, 2022 IST

ଜଗତସିଂହପୁର ୧୮।୦୧: ଧାନ ବିଲରେ ପଡିଛି  ନରକଙ୍କାଳ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପୋତାନଇ ପଞ୍ଚାୟତ ବାଇଳୋ ଗାଁ ନିକଟରେ ଧାନ ବିଲରେନରକଙ୍କାଳ ପଡିଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ତିନି ରୁ ଚାରି ମାସ ତଳର ମୃତଦେହ ହୋଇଥିବା ଅନୁମାନ କରାଯାଉଛି।

{"id":575922,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ସକାଳ ସମୟରେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ନରକଙ୍କାଳ ପଡିଥିବାର ଦେଖିବାକୁ ମିଳିଥିଲା । ନରକଙ୍କାଳଟି ମାଟିରେ ମିଶି ହାଡ ଓ ଖପୁରୀ ପଡିଥିବା ବେଳେ ଲୁଙ୍ଗି ଘୋଡାଯିବା ଅବସ୍ଥାରେ ପଡିରହିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । କିନ୍ତୁ ଏବେ ଯାଏଁ ନରକଙ୍କାଳ ପରିଚୟ ଜଣାପଡିନଥିବା ବେଳେ ଏହା ଜଣେ ବୟସ୍କ ଲୋକର ବୋଲି ଅନୁମାନ କରାଯାଉଛି।

{"id":575923,"sizeSlug":"full","linkDestination":"none"}

ସେପଟେ ସ୍ଥାନୀୟ ଚନ୍ଦାପାଟ ଭାଟସାହି ଗାଁର ୬୨ ବର୍ଷ ବୟସ୍କ ସନାତନ ମଲ୍ଲିକ ନାମକ ବ୍ୟକ୍ତି ଘରେ କଳିଝଗଡା କରି ଚାରିମାସ ତଳୁ ନିଖୋଜ ଥିଲେ। ନିଖୋଜ ସନାତନଙ୍କ  ପରିବାର  ଉକ୍ତ ମୃତଦେହକୁ ଚିହ୍ନଟ କରିପାରୁନାହାଁନ୍ତି। ଘଟଣାକୁ ନେଇ ସ୍ଥାନୀୟ ଲୋକ ସନ୍ଦେହ ପ୍ରକାଶ କରିଥିବା ବେଳେ ପୋଲିସ ବ୍ୟାପକ ଅନୁସନ୍ଧାନ କଲେ ଘଟଣା ସ୍ପଷ୍ଟ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.