କାର୍ତ୍ତିକଙ୍କ ପରିବାର ଭାଙ୍ଗିଦେଲେ ମୁରଲୀ ବିଜୟ: ଭାରତୀୟ କ୍ରିକେଟ୍‌ରେ ପ୍ରେମ ଓ ପ୍ରତାରଣାର ଏକ ନିଆରା କାହାଣୀ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ, ୦୧|୦୬: ଭାରତୀୟ ଦଳର ବରିଷ୍ଠ ଖେଳାଳି ଦିନେଶ କାର୍ତ୍ତିକ ସୋମବାର ଅର୍ଥାତ ଜୁନ୧ରେ ନିଜର ଜନ୍ମଦିନ ପାଳନ କରୁଛନ୍ତି । ଏବେ ସେ ୩୫ ବର୍ଷରେ ପାଦ ଦେଇଛନ୍ତି । ଏବେ ସେ ଦଳରୁ ବାହାରେ ରହିଛନ୍ତି ।

ଦିନେଶ ଏମଏସ ଧୋନୀଙ୍କ ଭଳି ୨୦୧୯ ବିଶ୍ୱକପ୍ ସେମିଫାଇନାଲରେ ହିଁ ଶେଷ ଦିନିକିଆ ଖେଳିଥିଲେ । ଆଇସିସି ଓ ବିସିସିଆଇ ପକ୍ଷରୁ କାର୍ତ୍ତିକଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ତେବେ କାର୍ତ୍ତିକଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ପକାଇଲେ ଭାରତୀୟ ଦଳର ଖେଳାଳି ମୁରଲୀ ବିଜୟଙ୍କ ସହ ତାଙ୍କର ବିବାଦ ରହିଛି । ମୁରଲୀ ବିଜୟ କାର୍ତ୍ତିକଙ୍କୁ ଧୋକା ଦେଇ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ବିବାହ କରିଥିଲେ ।

{"id":279651,"width":826,"height":550,"sizeSlug":"large"}

ଦିନେଶ କାର୍ତ୍ତିକଙ୍କ ଜୀବନ ସେତେଟା ସୁଗମ ନୁହେଁ । ସେ ୨୦୦୭ରେ ନିଜ ପିଲାଦିନର ସାଥି ନିକିତାଙ୍କୁ ବିବାହ କରିଥିଲେ । ୨୦୧୨ରେ ନିକିତାଙ୍କ ସହ ମୁରଲୀ ବିଜୟଙ୍କ ପରିଚୟ ହୋଇଥିଲା । ଉଭୟେ ଉଭଯଙ୍କୁ ପସନ୍ଦ କରିବା ସହ ପ୍ରେମ ସମ୍ପର୍କ ମଧ୍ୟ ଗଢି ଉଠିଥିଲା । ଏହି ଖବର ଜାଣିବା ପରେ କାର୍ତ୍ତିକ ନିକିତାଙ୍କ ସହ ବିବାହ ବିଚ୍ଛେଦ କରିଥିଲେ । ଏହାପରେ ନିକିତା ମୁରଲୀ ବିଜୟଙ୍କୁ ବିବାହ କରିନେଇଥିଲେ । ସେହି ସମୟରେ ନିକିତା ଗର୍ଭବତୀ ଥିଲେ । କାର୍ତ୍ତିକ ମଧ୍ୟ କେବେ ବି ନିଜ ପୁଅ ଉପରେ ହକ୍ ଜମାଇ ନାହାଁନ୍ତି ।

{"id":279652,"width":826,"height":500,"sizeSlug":"large"}

ନିରିକାଙ୍କ ପରେ ୨୦୧୫ରେ କାର୍ତ୍ତିକ ଦୀପିକା ପାଲେକରଙ୍କୁ ବିବାହ କରିଥିଲେ । ପାଲେକର ଖ୍ରୀଷ୍ଟିଆନ ଥିଲେ ଓ କାର୍ତ୍ତିକ ହିନ୍ଦୁ । ତେଣୁ ଉଭୟ ଧର୍ମର ରୀତିନୀତିରେ ବିବାହ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.