ଦୁଷ୍କର୍ମ ଅଭିଯୋଗରେ ମୌଲବୀ ଗିରଫ, ଶହଶହ ଲୋକ ରାସ୍ତାକୁ ଆସି କଲେ ଆନ୍ଦୋଳନ
1/01/2019 at 9:10 PM

ଆଲିଗଡ଼ ୧/୧- ବିଭିନ୍ନ ଦୁଷ୍କର୍ମ ମାମଲାରେ ସାଧାରଣଲୋକ କେବଳ ଛନ୍ଦି ହୋଇନାହାଁନ୍ତି, ସାଧୁସନ୍ଥ ବି ଫସିଛନ୍ତି । ସାଧରାଣଲୋକ ପାଇଁ ଏହା ଅପରାଧ, ହେଲେ ସାଧୁସନ୍ଥ ପାଇଁ ଆହୁରି ବଡ଼ ଅପରାଧ । ଆଧ୍ୟାତ୍ମିକ ଖୋଳପା ଭିତରେ ରହି ସେମାନେ କରୁଥିବା ଏହିଭଳି ଅପରାଧ କ୍ଷମଣୀୟ ନୁହେଁ । ଏହିଭଳି ଘଟଣାଟିଏ ଘଟିଛି ଜଣେ ମୌଲବୀଙ୍କ କ୍ଷେତ୍ରରେ ।

ଆଲିଗଡ଼ରେ ଜଣେ ମୌଲବୀ ଜଣେ ୫ବର୍ଷର ନାବାଳିକାକୁ ଫୁସୁଲେଇ ଡ଼ାକିଥିଲେ । ନାବାଳିକାକୁ ଏକ ନିରୋଳାସ୍ଥାନକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲେ । ଏହି ଖବର ନାବାଳିକା ଘରେ କହିଦେବାରୁ ଘଟଣା ଅଧିକ ବଢ଼ିଯାଇଥିଲା । ମୌଲବୀଙ୍କୁ ଗିରଫ କରିବାକୁ ଦାବିକରି ସେ ଅଂଚଳର ଲୋକ ବଜାର ବନ୍ଦ ରଖିଥିଲେ ।
ଶେଷରେ ପୋଲିସ ମୌଲବୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।