ଗୋପାଳପୁରରେ ସ୍ଥାପନ ହେବ ସବୁଜ ଇନ୍ଧନ କ୍ଷେତ୍ର, ବୁଝାମଣା ପତ୍ର ସ୍ଵାକ୍ଷରିତ

Published By : Prameya-News7 Bureau | May 05, 2024 IST

ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଭାରତର ସର୍ବ ବୃହତ ସବୁଜ ଇନ୍ଧନ କ୍ଷେତ୍ର ସ୍ଥାପନ ହେବ। ଗୋପାଳପୁରରେ ଏହି ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ମାନୁଫାକଚରିଙ୍ଗର ଇଣ୍ଡଷ୍ଟ୍ରିଆଳ ପାର୍କ ସ୍ଥାପନ ନେଇ  ଭୁବନେଶ୍ୱରରେ TATA STEELଏବଂ HYGENECO କମ୍ପାନୀ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। HYGENECO ର ସହ ପ୍ରତିଷ୍ଠାତା ତଥା ନିର୍ଦେଶକ ଆଶିଷ ଗୁପ୍ତା ଓ ଟାଟା ଷ୍ଟିଲର ପରିଚାଳନା ନିର୍ଦେଶକ ମଣୀକାନ୍ତ ନାୟକ ଉପସ୍ଥିତ ରହି ଏହି ପ୍ରକଳ୍ପ ନେଇ ବୁଝାମଣା ପତ୍ର ସ୍ଵାକ୍ଷରିତ କରିଥିଲେ। 

ଏହି ପ୍ରକଳ୍ପ ସ୍ଥାପନ ହେଲେ ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ଏକ ମିଲିଅନ ଟନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୨.୬ ମିଲିୟନ ଟନ ଗ୍ରୀନ ହାଇଡ୍ରୋଜେନ ଓ ଗ୍ରୀନ ଆମୋନିଆ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି। ଆସନ୍ତା ୨୦୨୬ରେ କମ୍ପାନୀ କାର୍ଯ୍ୟ ସମାପ୍ତ ହୋଇ ପ୍ରଥମ ଉତ୍ପାଦନ ଆରମ୍ଭ କରିବ ବୋଲି ଉଭୟ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ହାଇଯେନକୋର ସିଇଓ ଶଶାଙ୍କ ଅଦାଲଖା ଓ ଟାଟା ଷ୍ଟିଲ ର ସିଏଫଓ ମାନସ ବନ୍ଦୋପାଧ୍ୟାୟ ଉପସ୍ଥିତ ଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.