ଶାବକକୁ ଜନ୍ମଦେଇ ନପାରି ଛଟପଟ ହେଉଥିବା ମା' ହାତୀର ମୃତ୍ୟୁ

Published By : Prameya-News7 Bureau | May 02, 2024 IST

ବଡବିଲ ୨।୫: ମୃତ ଶାବକକୁ ଜନ୍ମଦେଇ ନପାରି ପ୍ରସବ ବେଦନାରେ ଛଟପଟ ହେଉଥିବା ମା' ହାତୀର ମୃତ୍ୟୁ । ଏଭଳି ଅଭାବନୀୟ ଆଉ ଦୁଃଖଦ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ ଅନ୍ତର୍ଗତ ବସନ୍ତପୁର ରେଙ୍ଗଟା ସାହି ନିକଟ ଜଙ୍ଗଲରେ । 

ବୁଧବାର ଠାରୁ ଏହି ମା' ହାତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ନେଇ ବନ ବିଭାଗ ଜାଣିବାକୁ ପାଇଥିଲା । ହାତୀ ଶାବକର ଗୋଡ଼ ଦୁଇଟି ବାହାରକୁ ବାହାରି ରହିଥିବା ବେଳେ ମା’ ହାତୀ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏପରି ଅବସ୍ଥା ଦେଖି ଗୁରୁବାର ସକାଳୁ ଉଦ୍ଧାର ଓ ଉପଚାର କାର୍ଯ୍ୟ ଆରମ୍ଭ କରିଥିଲା ବନ ବିଭାଗ । ବନ ବିଭାଗ ଅଧିକାରୀ, ପ୍ରାଣୀ ଚିକିତ୍ସକଙ୍କ ସହ ବନ୍ୟଜନ୍ତୁ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀ ଶାବକକୁ ସଫଳତାର ସହିତ ବାହାରକୁ ବାହାର କରିଥିଲେ । ଏଥିସହିତ ମା' ହାତୀର ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଥିଲା । ତେବେ ମା' ହାତୀ ଆଉ ନିଜ ଗୋଡ଼ରେ ଠିଆ ହେବା ପାଇଁ ସମର୍ଥ ହୋଇପାରି ନଥିଲା । ଶେଷରେ ଦିନ ୧୨ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମା' ହାତୀଟି ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଏହି ଘଟଣା ପରେ ବନ୍ୟଜନ୍ତୁ ପ୍ରେମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

You Can Read :

ଜନବଶତି ମୁହାଁ ୨୫ ଟିକିଆ ହାତୀ ପଲ, ଗତିବିଧି ଉପରେ ବନବିଭାଗର ନଜର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.