ଇଡିର ତୃତୀୟ ସମନ ପରେ ବି ହାଜର ହେଲେନି ଜ୍ୟାକ୍‌ଲିନ୍‌...

Published By : Prameya-News7 Bureau | October 16, 2021 IST

ମୁମ୍ବାଇ ୧୬।୧୦ : ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ପଚରାଉଚରା ପାଇଁ ଡାକିଥିଲେ। ଅଭିନେତ୍ରୀ ଜ୍ୟାକଲିନ୍ ଆଜି ପୁଣି ଥରେ ଇଡିରେ ହାଜର ହେଲେ ନାହିଁ। ତୃତୀୟ ଥର ପାଇଁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଇଡି ଡକାଯାଇଥିଲା କିନ୍ତୁ ସେ ଆସିନଥିଲେ।

ସୂଚନାନୁସାରେ, ଅଭିନେତ୍ରୀ ବୃତ୍ତିଗତ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଅଧିକାରୀମାନଙ୍କୁ କହିଛନ୍ତି ଯେ ସେ ବର୍ତ୍ତମାନ କୌଣସି ଯାଞ୍ଚରେ ଯୋଗ ଦେଇ ପାରିବେ ନାହିଁ। ଜ୍ୟାକଲିନଙ୍କ ଇନଷ୍ଟା ଆକାଉଣ୍ଟକୁ ଦେଖିଲେ ଜଣା ପଡିଛି ଯେ ସେ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ସହ ସୁଟିଂରେ ବ୍ୟସ୍ତ ରହୁଛନ୍ତି ।  ତେବେ ସୂଚନା ଅନୁଯାୟୀ ତାଙ୍କୁ ସୋମବାର ଦିଲ୍ଲୀରେ ହାଜର ହେବାକୁ କୁହାଯାଇଛି।

ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଅନୁସନ୍ଧାନକାରୀ ସଂସ୍ଥା ଟଙ୍କା କାରବାରକୁ ବୁ ବଢାଇବାକୁ ଚାହୁଁଛନ୍ତି ଯାହା ଜ୍ୟାକଲିନଙ୍କ ସହ ଜଡିତ ବୋଲି କୁହାଯାଉଛି। ଅନ୍ୟପଟେ ନୋରା ଫତେହିଙ୍କୁ ଗୁରୁବାର ଏହି ମାମଲାରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ମୁଖପାତ୍ର କହିଛନ୍ତି, “ନୋରା ଫତେହି ଏହି ଘଟଣାର ଶିକାର ଏବଂ ସାକ୍ଷୀ। ସେ ସହଯୋଗ କରୁଛନ୍ତି ଏବଂ ଅନୁସନ୍ଧାନରେ ଅଧିକାରୀମାନଙ୍କୁ ସାହାଯ୍ୟ କରୁଛନ୍ତି।

ଅଗଷ୍ଟ ମାସରେ ଇଡି ଚନ୍ଦ୍ରଶେଖରଙ୍କ ଘର ଉପରେ ଚଢାଉ କରି ଚେନ୍ନାଇରେ ଏକ ବଙ୍ଗଳାରୁ ୮୨.୫ ଲକ୍ଷ ଟଙ୍କା ଏବଂ ବିଳାସପୂର୍ଣ୍ଣ କାର ଜବତ କରିଛି। ୨୦୦ କୋଟି ଟଙ୍କା  ସହ ଅପରାଧିକ ଷଡଯନ୍ତ୍ର, ଚୋରାଚାଲାଣ, ଚୋରୀ ଅଭିଯୋଗରେ ଦିଲ୍ଲୀ ପୋଲିସ ଚନ୍ଦ୍ରଶେଖର ଯାଞ୍ଚ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.