ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା

Published By : Prameya-News7 Bureau | January 27, 2022 IST

ପାଟଣା, ୨୭/୦୧:  ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି କେନ୍ଦୁଝରର ଜଣେ ମହିଳା ଡାକ୍ତର । ସାହାରପଡାର ୩୦ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପାଇଁ ବିଜେପି  ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ହୋମିଓପ୍ୟାଥିକ୍ ଡାକ୍ତର ମୋନାଲିସା ନାଏକ ।

ଚଳିତ ପଞ୍ଚାୟତ ନିର୍ବାଚନରେ ଅନେକ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ବିଭିନ୍ନ ଆସନରେ ଲଡୁଛନ୍ତି । ବିଭିନ୍ନ ଅଞ୍ଚଳରେ ଡିଗ୍ରୀ, ସ୍ୱାତକତ୍ତୋର, ଇଞ୍ଜିନିୟରିଂ, ଏମବିଏ ଡିଗ୍ରୀଧାରୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲା ୩୦ ନମ୍ବର ଜୋନ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ମୋନାଲିସା ।

ମୋନାଲିସାଙ୍କ ସ୍ବାମୀ ଜଣେ ଆୟୁଷ ଡାକ୍ତର । ତେବେ ଡାକ୍ତରଖାନାରେ ରହି ରୋଗୀସେବା କରିବା ଅପେକ୍ଷା ରାଜନୀତି କ୍ଷେତ୍ରରେ ଅଧିକ ଲୋକଙ୍କର ସେବା କରି ପାରିବେ ବୋଲି କହିଛନ୍ତି ମୋନାଲିସା । ବିଜୟୀ ହେଲେ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ମୋନାଲିସାଙ୍କ ପରି ଉଚ୍ଚଶିକ୍ଷିତା ଯୁବ ମହିଳା ପ୍ରାର୍ଥୀ ଭୋଟରଙ୍କ ଆସ୍ଥାଭାଜନ ହୋଇ ବିଜୟୀ ହେବା ସହ ଅଞ୍ଚଳର ବିକାଶରେ ସହାୟକ ହୋଇପାରିବେ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.