ଆଇଟି କମ୍ପାନୀଙ୍କ ୪ ମାସର ଭଡା ଛାଡ କଲେ ମୋଦୀ ସରକାର, ଉପକୃତ ହେବେ ହଜାର ହଜାର କର୍ମଚାରୀ

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ ୧୬।୦୪: କୋଭିଡ୍-୧୯ର ପ୍ରକୋପ ଏବଂ ଏହାର ଲକଡାଉନ ଦ୍ଵାରା ଉତ୍ପନ ଚ୍ୟାଲେଞ୍ଜର ସମ୍ମୁଖୀନକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦୀ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇ ସଫ୍ଟଓୟାର  ଟେକ୍ନୋଲୋଜି ପାର୍କୋ(ଏସଟିପିଆଇ)ରେ ସଞ୍ଚାଳିତ ଛୋଟ ଆଇଟି ସଂସ୍ଥାକୁ ଘର ଭଡାରେ ଆଶ୍ଵସ୍ତି ଦେଇଛନ୍ତି। ଏଥିରୁ ଅଧିକାଂଶ ସଂସ୍ଥା ଟେକ୍ ଏମଏସଏମଇ କିମ୍ବା ଷ୍ଟାର୍ଟଅପର।

ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦୌଗିକି ମନ୍ତ୍ରଣାଳୟ ଦେଶର ଏସଟିପିଆଇ ପରିସରରେ ସ୍ଥିତ ଏହି ସବୁ ସଂସ୍ଥାକୁ ୨୦୨୦ ମାର୍ଚ୍ଚ ୧ରୁ ୨୦୨୦ ଜୁନ ୩୦ ପର୍ଯ୍ୟନ୍ତ ଅର୍ଥାତ ଚାରି ମାସର ଅବଧି ପାଇଁ ଭଡାରେ ଆଶ୍ଵସ୍ତି ଦେବାକୁ ନିର୍ଣ୍ଣୟ ନେଇଛନ୍ତି।

ଭାରତର ସଫ୍ଟଓୟାର ପ୍ରଦୌଗିକି ପାର୍କ(ଏସଟିପିଆଇ) ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଦୌଗିକି ମନ୍ତ୍ରଣାଳୟ ଆଧାରରେ ଏକ ସ୍ଵାୟତଶାସୀ ସୋସାଇଟି ଓ ଏହାର ସମଗ୍ର ଦେଶରେ ୬୦ଟି କେନ୍ଦ୍ର ରହିଛି। ଏହି ସବୁ କେନ୍ଦ୍ରରେ ସ୍ଥିତ ସଂସ୍ଥାକୁ ଭଡାରେ କୋହଳ ପ୍ରଦାନ ଦେବା ଦ୍ଵାରା କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସଙ୍କଟ ସ୍ଥିତିରେ ଉଦ୍ୟୋଗକୁ ଏହା ଆଶ୍ଵସ୍ତି ପ୍ରଦାନ କରିବ।

ଏହି ପଦକ୍ଷେପରେ ଏହି ୬୦ ଏସଟିପିଆଇ କେନ୍ଦ୍ର ଦ୍ଵାରା ସଞ୍ଚାଳିତ ପ୍ରାୟ ୨୦୦ ଆଇଟି/ଆଇଟିଇଏସ ଏମଏସଏମଇୁ ଲାଭ ପ୍ରଦାନ କରିବ। ଚାରି ମାସ ପାଇଁ ଭଡାରେ ଦିଆଯାଇଥିବା କୋହଳର ମୋଟ୍ ଆନୁମାନିକ ଖର୍ଚ୍ଚ ୫ କୋଟି ଟଙ୍କା ହେବ। ଏହି ପ୍ରୟାସ ପ୍ରାୟତଃ ୩୦୦୦ ଆଇଟି/ଆଇଟିଇଏସ କର୍ମଚାରୀଙ୍କ ବଡ ହିତରେ ଆସିବ, ଯାହାଙ୍କ ଜୀବିକା ପ୍ରତ୍ୟକ୍ଷ ଭାବେ ଏହି ସବୁ ସଂସ୍ଥା ସହିତ ଜଡିତ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.