Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

୨୫ କୋଟି ଟଙ୍କାର ବହି ଚୋରି କରି ନେଇଥିଲେ ‘ମିଶନ ଇମ୍ପସିବଲ’ ଗ୍ୟାଙ୍ଗ, ତିନି ବର୍ଷ ପରେ ଫେରି ପାଇଲେ ମାଲିକ

10/11/2020 at 8:58 PM

ଲଣ୍ଡନ ୧୦।୧୧: ଲଣ୍ଡନରେ ୨୦୧୭ରେ ରୋମାନିଆନ ଗ୍ୟାଙ୍ଗ ଦ୍ଵାରା ବହୁ ବିରଳ ଏବଂ ମୂଲ୍ୟବାନ ପୁସ୍ତକ ଚୋରି ହୋଇଥିଲା। ଯାହାର ମୂଲ୍ୟ ୩.୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୫ କୋଟି ଟଙ୍କା। ହେଲେ ସବୁଠୁ ବଡ କଥା ଚୋରି ହୋଇଥିବା ୨୪୦ ପୁସ୍ତକ ମାଲିକ ପାଖକୁ ଫେରି ଆସିଛି ସେ ପୁଣି ତିନି ବର୍ଷ ପରେ। ଏହି ଗ୍ୟାଙ୍ଗର ଚୋରମାନେ ଘରେ ଲାଗିଥିବା ଆଲରାର୍ମ ସେଟ୍‌ରୁ ବଞ୍ଚିବା ପାଇଁ ଛାତରୁ ଡେଇଁ ପଡନ୍ତି। ତେଣୁ ଏମାନଙ୍କଜୁ ମିଶନ ଇମ୍ପୋସିବୁଲ ଗ୍ୟାଙ୍ଗ କୁହାଯାଏ।

ଚଳିତ ବର୍ଷ ଅକ୍ଟୋବର ମାସରେ ଏକ ଚୋର ଗୋଷ୍ଠୀଙ୍କୁ ଜେଲ୍‌ ହୋଇଥିଲା। ଜେରା ବେଳେ ଜଣା ପଡିଥିଲା ଯେ, ଏହି ଚୋର ମାନେ ହିଁ ମୂଲ୍ୟବାନ ପୁସ୍ତକ ଚୋରି କରିଛନ୍ତି। ସେମାନଙ୍କର ଚୋରି କରିବା ଶୈଳୀ ଲୋକଲୋଚନକୁ ଆସିବା ପରେ ଏହି ଚୋର ଗୋଷ୍ଠୀଙ୍କୁ ‘ମିଶନ ଇମ୍ପସିବଲ’ର ଆଖ୍ୟା ଦିଆଗଲା। ୧୯୯୬ରେ ଟମ୍ କ୍ରୁଜଙ୍କ ଦ୍ଵାରା ଅଭୀନିତ ଫିଲ୍ମରେ ମଧ୍ୟ ଏହି ଧରଣର ଦୃଶ୍ୟ ରହିଛି।

ପୁସ୍ତକ ମଧ୍ୟରେ ଇଂଗ୍ଲିସ ବୈଜ୍ଞାନିକ ସାର ଆଇଜାକ ନ୍ୟୁଟନ୍ ଓ ସ୍ପେନିସ କଳାକାର ଫ୍ରାନସିସ୍କୋ ଗୋୟାଙ୍କ ଦ୍ଵାରା ରଚିତ ପୁସ୍ତକ ମଧ୍ୟ ସାମିଲ ଥିଲା। ମେଟ୍ରୋପୋଲିଟନ ପୋଲିସ ଦ୍ଵାରା ଗିରଫ ଗୋଷ୍ଠୀଙ୍କଠୁ ଏହି ଚୋରି ପୁସ୍ତକ ବିଷୟରେ ସୂଚନା ମିଳିଥିଲା।

ଏହି ଗ୍ୟାଙ୍ଗ ୨୦୧୭ ଜାନୁଆରୀରେ ପଶ୍ଚିମ ଲଣ୍ଡନର ଫେଲଥାମର ଏକ ଗୋଦାମରୁ ପୁସ୍ତକ ଚୋରି କରିଥିଲେ। ସେହି ସମୟରେ ପୁସ୍ତକଗୁଡ଼ିକ ଗୋଦାମରେ ରଖାଯାଇଥିଲା ଏବଂ ଯୁକ୍ତରାଷ୍ଟ୍ରରେ ଏକ ପୁସ୍ତକ ମେଳା ପାଇଁ ନିଆ ଯାଉଥିଲା। ଏହି ପୁସ୍ତକଗୁଡ଼ିକ ଇଟାଲୀ ଏବଂ ଜର୍ମାନୀରୁ ପଠାଯାଇଥିଲା।

ଚୋର ପ୍ରଥମେ ଗୋଦାମର କାନ୍ଥରେ ଫାଟ ସୃଷ୍ଟି କରିଥିଲେ। ପୁଣି ଛାତର ସ୍କାଇଲାଇଟ୍‌ ଭାଙ୍ଗିଥିଲେ, ଯଦ୍ଵାରା ସେମାନେ ଆଲମାରି ଜରିଆରେ ତଳକୁ ଓହ୍ଲାଇ ପାରିବେ। ରାଇଟର ଅନୁଯାୟୀ, ଏହି ଗ୍ୟାଙ୍ଗ ଦ୍ଵାରା ହୋଇଥିବା ୧୨ ଚୋରି ଘଟଣାରୁ ଏହା ଅନ୍ୟତମ ଥିଲା। ସମସ୍ତେ କ୍ଲାମ୍ପୁରର ଅପରାଧିକ ଗୋଷ୍ଠୀ ସହିତ ଜଡିତ ଥିଲେ। ଏହା ପୂର୍ବ ରୋମାନିଆରେ ଅବସ୍ଥିତ।

ଏହି ଗୋଷ୍ଠୀର ସଦସ୍ୟମାନେ ଅନ୍ୟ ଦେଶରେ ଥାଆନ୍ତି ଏବଂ ଚୋରି ପାଇଁ ଯୋଜନା ହେଲେ ତୁରନ୍ତ ଚାଲି ଆସନ୍ତି। ଏହି ଗୋଷ୍ଠୀର ୧୨ ସଦସ୍ୟଙ୍କୁ ୮ ମାସରୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇଛି। ସବୁ ପୁସ୍ତକ ରୋମାନିଆର ଏକ ଘର ତଳେ ଲୁଚାଇ ରଖାଯାଇଥିଲା। ପରେ ଏହାକୁ ଦେଶର ଜାତୀୟ ସଂଗ୍ରହାଳୟକୁ ନିଆଯାଇଛି। ଏହା ଜାଣିବା ପରେ ପୁସ୍ତକର ମାଲିକ ପୁସ୍ତକାଳୟ ଆସି ଏହାକୁ ନେଇଥିଲେ।

   Related Posts