ଦମ୍ପତ୍ତି ହୋଇ ଭଡାରେ ଆସିଲେ, ଟ୍ୟାକ୍ସି ଓ ଟଙ୍କା ଲୁଟିନେଲେ : ପରେ ଡ୍ରାଇଭରଙ୍କୁ ହତ୍ୟା !

Published By : Prameya-News7 Bureau | January 28, 2021 IST

ଜୟପୁର ୨୮।୧: ଅପରାଧର ନୂଆ ତରିକା । ଦମ୍ପତ୍ତି ହୋଇ ଆସିଲେ ଆଉ ଟ୍ୟାକ୍ସି ଭଡାରେ ନେଇ ଅଧା ରାସ୍ତାରେ ଟ୍ୟାକ୍ସି ଡ୍ରାଇଭରଙ୍କଠାରୁ ଗାଡି ଓ ଟଙ୍କା ଲୁଟ୍ କଲେ । ପରେ ଡ୍ରାଇଭରଙ୍କୁ ହତ୍ୟା କଲେ । ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ।

{"id":399737,"sizeSlug":"large","linkDestination":"none"}

ବୋରିଗୁମ୍ମା-କୋରାପୁଟ ରାଜ୍ୟ ରାଜପଥ ଛାତରଲା ଗ୍ରାମ ନିକଟ ଏକ ଜମି କଡରୁ ଟ୍ୟାକ୍ସି ଡ୍ରାଇଭରଙ୍କ ଶବ ଉଦ୍ଧାର କରିଛି ବୋରିଗୁମ୍ମା ପୋଲିସ । ମୃତ ବ୍ୟକ୍ତି ଜଣଙ୍କ ଭୁବନେଶ୍ବର ଅଞ୍ଚଳର ସୁଧୀର କୁମାର ସାହୁ । ସେ ଜଣେ ଟ୍ୟାକ୍ସି ଡ୍ରାଇଭର ହୋଇଥିବା ବେଳେ ଗତ ସୋମବାର ଦିନ ସେ ଭୁବନେଶ୍ବରରୁ କୋରାପୁଟକୁ  ଦୁଇ ଜଣ  ଯାତ୍ରୀଙ୍କୁ ଛାଡିବାକୁ ଆସିଥିଲେ । ଏଥିରେ ଜଣେ ଯୁବକ ଥିବାବେଳେ ଆଉ ଜଣେ ଯୁବତୀ  ଥିଲେ । ଏମାନେ ଦମ୍ପତ୍ତି ବୋଲି ନିଜକୁ ପରିଚୟ ଦେଇଥିଲେ । ଭୁବନେଶ୍ବରରୁ କୋରାପୁଟ ଯିବାକୁ କହି ସୁଧୀରଙ୍କଠାରୁ ଗାଡି ବୁକ୍ କରିଥିଲେ । ଆଉ ଏମାନଙ୍କ ସହ ସୁଧୀର ଭୁବନେଶ୍ବରରୁ କୋରାପୁଟ ଅଭିମୁଖେ ବାହାରିଥିଲେ ।

{"id":399738,"sizeSlug":"large","linkDestination":"none"}

ମଙ୍ଗଳବାର ଦିନ ତାଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାରୁ ଭୁବନେଶ୍ବରରେ ଥିବା ନିଜ ପରିବାର ଲୋକେ ସନ୍ଦେହ କରି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଆଉ ଏତଲା ପରେ ଖଣ୍ଡଗିରି ପୋଲିସ ଜିପିଆରଏସ ଟ୍ରାକ୍ କରି ତାଙ୍କ ଲୋକେସନ କୋରାପୁଟ ବୋରିଗୁମ୍ମାରେ ଥିବା ଜାଣିବାକୁ ପାଇଥିଲା । ପରେ ରାୟଗଡାରେ ରହୁଥିବା ମୃତ ସୁଧୀରଙ୍କ ବଡଭାଇ କେଦାର ନାଥ ସାହୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ।

{"id":399739,"sizeSlug":"large","linkDestination":"none"}

ତେବେ ଘଟଣାସ୍ଥଳରେ ସୁଧୀରଙ୍କ କାର୍ ଗାଏବ ହୋଇଥିବା ବେଳେ ତାଙ୍କୁ  କିଏ ହତ୍ୟା କରିଛି ନା ଆଉ କଣ ଘଟିଛି ତାଙ୍କ ସହିତ ତାର ଯାଞ୍ଚ କରୁଛି ବୋରିଗୁମ୍ମା ପୋଲିସ । ଘଟଣାସ୍ଥଳରେ ସାଇଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହର କିଛି ଦୂରରେ ତାଙ୍କର ଜୋତା ବି ପଡିଛି । ସାଇଫିଟିକ୍ ଟିମ୍ ମଧ୍ୟ ପହଞ୍ଚିଛି ଆଉ ତଦନ୍ତ ଚାଲିଛି ବୋଲି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.