Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଘର ଭଡା ନେବା ବାହାନାରେ ମୁଣ୍ଡରେ ଲଗାଇଲେ ବନ୍ଧୁକ, ବେଲ୍ଟରେ ବାନ୍ଧି ଲୁଟିନେଲେ ସୁନାଗହଣା

11/11/2021 at 4:01 PM

ଭଦ୍ରକ ୧୧୧୧: ଘର ଭଡା ନେବାକୁ କହି ବନ୍ଧୁକ ଦେଖାଇ ଲୁଟ୍ । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟ ମାଜିଷ୍ଟ୍ରେଟ କ୍ବାର୍ଟର ନିକଟରୁ ଲୁଟ ହୋଇଛି । ସାମାନ ଅଞ୍ଚଳରୁ ୧୮ ଘଣ୍ଟା ନପୁରୁଣୁ ବନ୍ଧୁକ ଦେଖାଇ ଦୁଇ ଦୁଇ ଥର ଲୁଟ୍ । ତେବେ ଲୁଟେରାଙ୍କ ମାଡ଼ରେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ନେସ୍କୋର ପୂର୍ବତନ ଡେପୁଟି ଜେନେରାଲ ମ୍ୟାନେଜର କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ଲୁଟ ହୋଇଛି । ତେବେ ଦୁଇ ଦୁର୍ବୃତ୍ତ ସକାଳ ସମୟରେ ଆସି ଘର ଭଡା ନେବା ପାଇଁ କଥା ହୋଇ ପଳାଇଥିଲେ । ପରେ କୃଷ୍ଣଚନ୍ଦ୍ର ଘରୁ ବାହାରି ଯିବା ପରେ ପୁଣି ଦୁଇ ଦୁର୍ବୃତ୍ତ ଘରକୁ ଆସି ଘର ଭଡା ପାଇଁ ଅଗ୍ରୀମ ଦେବା ନେଇ ତାଙ୍କ ସ୍ତ୍ରୀଙ୍କ ସହ କଥା ହୋଇଥିଲେ । ପରେ ପାଣି ପିଇବା ପାଇଁ କହିବାରୁ ମହିଳା ଜଣଙ୍କ ଘର ଭିତରକୁ ଯାଇଥିବା ବେଳେ ଦୁଇ ଦୁର୍ବୃତ୍ତ ମହିଳାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବେଲ୍ଟରେ ବେକକୁ ବାନ୍ଧି ସୁନା ଗହଣା ଲୁଟି ନେଇଥିଲେ । ଏହି ସମୟରେ କୃଷ୍ଣଚନ୍ଦ୍ର ଘରକୁ ଫେରି ଆସିବାରୁ ଲୁଟେରା ଦୁଇ ଜଣ ବାଇକ ନେଇ ପଳାଇଯାଇଥିଲେ ।

ତେବେ ବୁଧବାର ରାତିରେ ଏହି ଘରଠାରୁ ମାତ୍ର ୫ଶହ ମିଟର ଦୂରରେ ଥିବା ଏକ ମେଡ଼ିସିନ ଦୋକାନରେ ଗୁଳି କରି ଟଙ୍କା ଲୁଟ କରିଥିଲେ । ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ  କରିଛି । ତେବେ କୃଷ୍ଣଚନ୍ଦ୍ରଙ୍କ ପତ୍ନୀ ଅମିତା ଜେନାଙ୍କୁ ଗୁରୁତର ଭାବେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

   Related Posts