Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ପଶି କଳାକନା ବୁଲାଇଲେ ଚୋର ; ଦୁଇ ମାସର ଶିଶୁ ପାଇଁ ରହିଗଲା କିଛି ଟଙ୍କା ଓ ସୁନାଗହଣା

ବାଲେଶ୍ବର ୦୭|୧୨: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବରି ଗାଁରେ ଚୋରୀ କଲେ ଦୁର୍ବୃତ୍ତ । ଗତକାଲି ରାତିରେକରୁଣାକର ବେହେରା ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଚୋର । ଚୋରମାନେ ତାଲା ଭାଙ୍ଗି ସାଢେ ଆଠ ଲକ୍ଷଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ କରିଛନ୍ତି। ଦୁଇ ମାସର ଶିଶୁ କନ୍ୟା ନିଦରୁ ଉଠି କାନ୍ଦିଥିଲା । ଫଳରେଚୋରମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଦୁଇ ମାସର ଶିଶୁପାଇଁ ରହିଗଲା ଅନେକ ସୁନା ଗହଣା ଓ ଟଙ୍କା । ଚୋରୀ କରିନେଇଥିବା ଗହଣା ଖୋଳକୁ ଘର ନିକଟରେ ଫୋପାଡିଦେଇ ଯାଇଛନ୍ତି । ଘଟଣାସ୍ଥଳରେସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

341 Views

   You May Also Like