ଅପହରଣକାରୀ କବଳରୁ ଖସିଆସିଲା ନାବାଳିକା, ରେଳ ଷ୍ଟେସନରୁ ଅଭିଯୁକ୍ତ ଅଟକ

Published By : Prameya-News7 Bureau | January 25, 2022 IST

ଖଲ୍ଲିକୋଟ ୨୫।୧: ଅପହରଣକାରୀ କବଳରୁ ଛତ୍ରପୁର ଷ୍ଟେସନରୁ ଉଦ୍ଧାର ହେଲା ଇଚ୍ଛାପୁର ଅଂଚଳର ନାବାଳିକା । ଟ୍ରେନରେ ଜଣେ ବ୍ୟକ୍ତି ଅପହରଣ କରି ନେଉଥିଲା  । ଇଚ୍ଛାପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରି ଟ୍ରେନରେ ନେଉଥିବା ବେଳେ ଛତ୍ରପୁର ରେଳ ଷ୍ଟେସନରୁ ଉଦ୍ଧାର ହୋଇଛି । ଅପହରଣକାରୀକୁ ଛତ୍ରପୁର ଥାନା ପୋଲିସ ଦ୍ବାରା ଅଟକ ରଖାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଇଚ୍ଛାପୁର ଅଂଚଳର ଜଣେ ସ୍କୁଲ ଛାତ୍ରୀକୁ ଅପହରଣକାରୀ ଜଣକ ମୁହଁରେ ମାସ୍କ ଲଗାଇ ଅଚେତ କରିବା ସହ ବିଶାଖା ଟ୍ରେନ ଯୋଗେ ଭୁବନେଶ୍ବର ଆଣୁଥିବା ବେଳେ ଛତ୍ରପୁର ଷ୍ଟେସନ ନିକଟରେ ନାବାଳିକା ଜଣକ କୌଶଳ କ୍ରମେ ଅପହରଣକାରୀଠାରୁ ଖସି ଆସିଥିଲେ । କାନ୍ଦି କାନ୍ଦି ଦୌଡୁଥିବା ବେଳେ ଛତ୍ରପୁର ଷ୍ଟେସନ ନିକଟରେ ଉକ୍ତ ନାବାଳିକାକୁ ଉଦ୍ଧାର ସହ ଅପହରଣ ବ୍ୟକ୍ତିକୁ କାବୁ କରିଥିଲେ । ପରେ ଏନେଇ ଛତ୍ରପୁର ପୋଲିସକୁ ଅବଗତ କରାଇଥିଲେ । ପୋଲିସ ପହଂଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ବ୍ୟକ୍ତିକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.