ରାଉରକେଲାରେ ପୁଣି ଲଜ୍ଜା : ନାବାଳିକାଙ୍କୁ ସଂପର୍କୀୟ ସହ ୫ କଲେ ଗଣଦୁର୍ଷ୍କମ !

Published By : Prameya-News7 Bureau | July 17, 2019 IST

ରାଉରକେଲା ୧୭|୭: ରାଉରକେଲାରେ ପୁଣି ଲଜ୍ଜା । ନାବାଳିକାକୁ ଗଣଦୁର୍ଷ୍କମ ଅଭିଯୋଗ । ନାବାଳିକାଙ୍କୁ ୫ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ନାବାଳକକୁ ପୋଲିସ ହେପାଜତରେ ରଖାଯାଇଛି ।

{"id":134419}

ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ରବିବାର ରାତିରେ ଏହି ଘଟଣା ଘଟିଛି । ପୀଡ଼ତା ନାବାଳିକାଙ୍କ ଘର ରାଞ୍ଚିରେ ହୋଇଥିବା ବେଳେ ତାଙ୍କ ମା ଦିଲ୍ଲୀରେ ରୁହନ୍ତି । ସେ ରାଞ୍ଚିରୁ ଦିଲ୍ଲୀ ଯାଇଥାନ୍ତେ । ରାଉରକେଲାରୁ ସେ ଦିଲ୍ଲୀ ଟ୍ରେନରେ ଚଢିଥାନ୍ତେ । ଏଥିପାଇଁ ତାଙ୍କ ମା ନିଜର ଜଣେ ସମ୍ପର୍କୀୟଙ୍କୁ ତାଙ୍କୁ ଟ୍ରେନରେ ବସାଇ ଦେବାକୁ କହିଥିଲେ । ହେଲେ ସମ୍ପର୍କୀୟ ଜଣଙ୍କ ନାବାଳିକାଙ୍କୁ ନଇ କୂଳର ଏକ ପରିତ୍ୟକ୍ତ ଘରକୁ ତାଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି ।

{"id":134420}

ସେହି ପରିତ୍ୟକ୍ତ ଘରେ ଜଣକ ପରେ ଜଣେ ୫ ଜଣ ନାବାଳିକାଙ୍କୁ ଦୁର୍ଷ୍କମ କରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । ନାବାଳିକା ସାଙ୍ଗରେ ଥିବା ଜଣେ ସାଙ୍ଗ ପୋଲିସକୁ ଏ ନେଇ ଖବର ଦେବା ପରେ ଘଟଣା ସ୍ଥଳରେ  ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଧରିବା ସହ ନାବାଳକକୁ ହେପାଜତକୁ ନେଇଥିଲା । ଗତ କାଲି ସମସ୍ତଙ୍କ ଡ଼।କ୍ତରୀ ମାଇନା କରାଯାଇଛି ।  ନାବାଳକକୁ  ସ୍ବାଧର ଗୃହକୁ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.