ନବରଙ୍ଗପୁରରେ ଗଣଦୁଷ୍କର୍ମ ପରେ ହତ୍ୟା ! ନାବାଳିକା ମୃତଦେହ ନିକଟରେ ପଡିଛି ଦୁଇଟି ଜିନ୍ସ ପ୍ୟାଣ୍ଟ , କୋଷାଗୁମୁଡାରେ ଉତ୍ତେଜନା

Published By : Prameya-News7 Bureau | December 14, 2019 IST

 ନବରଙ୍ଗପୁର ୧୪।୧୨: ନବରଙ୍ଗପୁର କୋଷାଗୁମୁଡାରେ ଚାଞ୍ଚଲ୍ୟ । ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ ।, ଶନିବାର ସକାଳେ କୋଷାଗୁମୁଡାର ଗୁମଣ୍ଡଳୀ ଗାଁ ନିକଟ ବିଲରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଲୋକେ ଦେଖିଥିଲେ । ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡିଥିବାର ଦେଖିବାକୁ ମିଳିଥିଲା ।

{"id":197561,"sizeSlug":"large"}

ଯାହାକୁ ନେଇ ଗ୍ରାମବାସୀମାନେ ଗଣଦୁଷ୍କର୍ମ ପରେ ନାବାଳିକା ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି । ମୃତ ନାବାଳିକାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ । ତେବେ ଦୁଷ୍କର୍ମକାରୀ ଆଖପାଖ ଅଞ୍ଚଳର ହୋଇଥିବା ଆଶଙ୍କା କରାଯାଉଛି । କିଭିଳି ଓ କେଉଁ ପରିସ୍ଥିତିର ଏ ଘଟଣା ଘଟିଲା ସେନେଇ ସାଧାରଣରେ ବେଶ ଆଲୋଡନା ରହିଛି । ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଇଥିବା ଜଣାଯାଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.