କରୋନା ସଂକ୍ରମଣ ତଳମୁହାଁ ହେଉଛି, ଦଶମ-ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ- ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | January 24, 2022 IST

ଭୁବନେଶ୍ବର ୨୪।୦୧ : ପିଲାମାନେ ପାଠ ପଢନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏପରି ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହୁଅନ୍ତୁ । କରୋନା ଗ୍ରାଫ୍ ତଳମୁହାଁ ହେଉଛି, ସ୍ଥିତିରେ ସୁଧାର ଆସୁଛି । ପରୀକ୍ଷା କିଭଳି ସଠିକ୍ ଭାବେ ହେବ ସେନେଇ ପ୍ରସ୍ତୁତି ଚାଲିଛି । ଖାସ କରି ପିଲାମାନେ ପାଠ ପଢନ୍ତୁ ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ । ମାଟ୍ରିକ ଫାଷ୍ଟ ସମେଟିଭ୍ ପରୀକ୍ଷା ସରିଛି । ଫଳାଫଳ ଠିକ୍ ସମୟରେ ବାହାରିବ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଆଗାମୀ ଦିନରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ହେବା ନେଇ ଦ୍ୱନ୍ଦ ଲାଗିରହିଥିଲା । କିନ୍ତୁ ଏସବୁ ଦ୍ୱନ୍ଦକୁ ଦୁର କରିଛନ୍ତି ମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.