ଇଟାଲୀରେ ବଡ ଧରଣର ବିମାନ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୮ ଜୀବନ

Published By : Prameya-News7 Bureau | October 04, 2021 IST

ରୋମ,୦୪/୧୦: ମିଲନର ଲିନେଟ୍‌ ବିମାନବନ୍ଦରରୁ ଇଟାଲୀର ସର୍ଡ଼ିନିଆକୁ ଉଡ଼ାଣ ଭରିଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣଙ୍କର ପ୍ରାଣହାନି ଘଟିଛି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ମିଲନରେ ଥିବା ଦୁଇମହଲା ବିଶିଷ୍ଟ ଏକ ଅଫିସ୍‌ କୋଠାରେ ଖସିପଡ଼ି ଧକ୍କା ଖାଇଥିଲା । ଏହି ଅଫିସ୍‌ କୋଠା ଖାଲିଥିବା ବେଳେ ବିମାନରେ ଥିବା ୬ ଜଣ ଯାତ୍ରୀଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି । ସର୍ଦ୍ଦାର ଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନ ମିଲାନର ଲିନେଟ ବିମାନ ବନ୍ଦରରୁ ଓହ୍ଲାଇବା ପରେ ଓହ୍ଲାଇଥିଲା । ଚାର୍ଟଡ ପ୍ଲେନ ଚଳାଉଥିବା ବ୍ୟକ୍ତି ଜଣଙ୍କ ରୋମାନିଆ ବିଲିୟନେୟାର ୬୮ ବର୍ଷୀୟ ଡ୍ରାନ ପେଟ୍ରେସ୍କୁ । ସେ ତାଙ୍କ ପତ୍ନୀ ଏବଂ ପୁଅ ସହ ମୃତ୍ୟୁ ବରଣ କରିଛନ୍ତି ବୋଲି ଇଟାଲୀ ଗଣମାଧ୍ୟମ କହିଛି ।

ଏହି ଦୁର୍ଘଟଣା ପରେ ଅଫିସ୍ ବ୍ଲକ୍ ଏବଂ ପାର୍କିଂରେ ଲାଗିଥିଲା ନିଆଁ । ତେବେ କଣ ପାଇଁ ଦୁର୍ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି । କିଛି ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ସିଙ୍ଗଲ୍ ଇଞ୍ଜିନ୍ ପାଇଲାଟସ୍ PC-12 ତଳକୁ ଖସିଯିବା ପୂର୍ବରୁ ନିଆଁ ଲାଗିଯାଇଥିଲା । ସୂଚନା ଥାଉକି, ପେଟ୍ରେସ୍କୁ, ଜଣେ ରୋମାନିଆର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.