ଇଂଲଣ୍ଡ ବ୍ୟାଟିଂରେ ଭନ୍ ନିରାଶ, କହିଲେ- 'ପିଚ୍ ଭଲ ଥିଲା କିନ୍ତୁ ଖେଳି ପାରିଲେ ନାହିଁ'

Published By : Prameya-News7 Bureau | March 05, 2021 IST

ଅହମ୍ମଦାବାଦ, ୦୫|୦୩:  ଚେନ୍ନାଇ ଓ ଅହମ୍ମଦାବାଦରେ ଇଂଲଣ୍ଡ ଦଳ ହାରିବା ପରେ ମାଇକେଲ୍ ଭନ୍ ପିଟ୍ ଉପରେ ପ୍ରଶ୍ନ କରିଥିଲେ । ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ଦଳର ପରାଜୟକୁ ନେଇ ଖେଳାଳିଙ୍କ ବଦଳରେ ପିଚ୍ ଉପରେ ଦୋଷ ଲଦିଥିଲେ । ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ମ୍ୟାଚରେ ବିଫଳ ହୋଇଥିବା ଦଳର ଟପ୍ ଅର୍ଡର ଚତୁର୍ଥ ଟେଷ୍ଟର ପ୍ରଥମ ପାଳିରେ ମଧ୍ୟ ଫେଲ୍ ହୋଇଥିଲା । ଏବେ କିନ୍ତୁ ଭନ୍ ବ୍ୟାଟସମ୍ୟାନ୍ ମାନେ ଖରାପ ପ୍ରଦର୍ଶନ କରିଥିବା କହିଛନ୍ତି ।

ମାଇକେଲ୍ ଭନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଇଂଲଣ୍ଡ ଦଳ ଗତ କିଛି ଟେଷ୍ଟ ମ୍ୟାଚ୍ ତୁଳନାରେ ଅତି ଖରାପ ପ୍ରଦର୍ଶନ କରିଛି । ଏହି ପିଚରେ ଦଳ ପ୍ରଥମ ଇନିଂସରେ ବଡ ସ୍କୋର କରିପାରିଥାନ୍ତା ।  ବଲ୍ ସ୍ପିନ୍ କରୁନଥିଲା । ବଲ୍ ବ୍ୟାଟ୍ ପାଖକୁ ଆସୁଥିଲା । କିନ୍ତୁ ଦଳ ଖରାପ ପ୍ରଦର୍ଶନ କରିଥିଲା ।

wp:html /wp:html

ସେହିପରି କେଭିନ୍ ପିଟରସେନ୍ କହିଛନ୍ତି ଯେ, ଅହମ୍ମଦାବାଦର ପିଚ୍ ଭଲ ଥିଲା । ଲାରିସ୍, ଅଲି ପୋପ୍ ଓ ବେନ୍ ଫୋକ୍ସ ଇଂଲଣ୍ଡର ସ୍କୋରକୁ ୨୭୫ ଯାଏଁ ପହଁଚାଇପାରିଥାନ୍ତେ । କିନ୍ତୁ ଭବିଷ୍ୟବାଣୀ ଭୁଲ ସାବ୍ୟସ୍ତ ହୋଇଥିଲା ।

ସୂଚନାଯୋଗ୍ୟ, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ବ୍ୟାକଫୁଟରେ ରହିଥିଲା । ବ୍ୟାଟିଂ ପାଇଁ ଉପଯୁକ୍ତ ଥିବା ପିଚରେ ଦଳ ସଙ୍ଘର୍ଷ କରିଥିଲା । ଦଳ ପ୍ରଥମ ଇନିଂସରେ ମାତ୍ର ୨୦୫ ରନ କରିପାରିଥିଲା । ଇଂଲଣ୍ଡ ପକ୍ଷରୁ କେବଳ ବେନ୍ ଷ୍ଟୋକସ୍ ୫୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

wp:html /wp:html

ଷ୍ଟୋକସଙ୍କ ବ୍ୟତୀତ ଜନି ବେୟରୋଷ୍ଟୋ ଓ ଓଲି ପୋପ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ ସ୍କୋର କରିପାରିନଥିଲେ । ଗୋଟିଏ ସମୟରେ ଇଂଲଣ୍ଡ ୩୦ ରନ୍ କରିଥିବା ବେଳେ ତିନୋଟି ଓ୍ୱିକେଟ୍ ହରାଇ ସାରିଥିଲା । ତେବେ ସଙ୍ଘର୍ଷ କରି ଦଳ ୨୦୦ ରନ୍ ସ୍କୋର ଅତିକ୍ରମ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.