ପୁରୁଷମାନେ ପ୍ରତିଦିନ ଖଜୁରୀ ଖାଇବା ଉଚିତ, ମିଳିବ ଏହିସବୁ ଫାଇଦା

Published By : Prameya-News7 Bureau | May 26, 2022 IST

ଖଜୁରୀ ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଅନେକ ରୋଗର ଉପଶମ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହି ଖଜୁରୀ ପୁରୁଷମାନଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ପୁରୁଷମାନଙ୍କ ପାଇଁ ଖଜୁରୀ ଖାଇବା ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । ଏଥିରେ କ୍ୟାଲୋରୀ, ଫାଇବର, ପ୍ରୋଟିନ୍, ପୋଟାସିୟମ୍ ଏବଂ କପର ଭଳି ପୁଷ୍ଟିକର ତତ୍ତ୍ବ ମିଳିଥାଏ । ଏଥିପାଇଁ ଏହା ଖାଇବା ଦ୍ବାରା ପୁରୁଷମାନଙ୍କଠାରେ ଶାରୀରିକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଦୁର୍ବଳତା କମ୍ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୁରୁଷମାନଙ୍କ ପାଇଁ ଖଜୁରୀ କେତେ ଉପକାରୀ ।

ପାଚନ ପ୍ରକ୍ରିୟାକୁ ମଜଭୁତ କରେ :

ଖଜୁରୀ ଖାଇବା ଦ୍ବାରା ପୁରୁଷମାନଙ୍କର ହଜମ ପ୍ରକ୍ରିୟାଜନିତ ସମସ୍ୟା ଦୂର ହୋଇପାରେ । ଏହା କୋଷ୍ଠକାଠିନ୍ୟ କମ୍ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଫଳରେ ପେଟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ପୁରୁଷମାନେ ପ୍ରତିଦିନ ଖଜୁରୀ ଖାଇବା ଉଚିତ୍ ।

ମସ୍ତିଷ୍କ ଶକ୍ତି ବୃଦ୍ଧି କରେ :

ଖଜୁରୀ ଖାଇବା ଦ୍ବାରା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡିଥାଏ । ଖଜୁରୀରେ ଭିଟାମିନ୍ ବି ଏବଂ କୋଲିନ୍ ମିଳିଥାଏ । ଯାହା ମନେରଖିବା ଶକ୍ତି ଏବଂ ଶିଖିବାର କ୍ଷମତାକୁ ବଢାଇଥାଏ । ତେଣୁ ପୁରୁଷମାନେ ସେମାନଙ୍କର ଖାଦ୍ୟରେ ଖଜୁରୀକୁ ସାମିଲ କରିବା ଜରୁରୀ ।

ଶୁକ୍ରାଣୁ ସଂଖ୍ୟା ବୃଦ୍ଧି କରେ :

ପୁରୁଷମାନଙ୍କଠାରେ ଶୁକ୍ରାଣୁ କାଉଣ୍ଟ ଏବଂ ଶୁକ୍ରାଣୁ କ୍ବାଲିଟି ବୃଦ୍ଧିରେ ଖଜୁରୀ ସାହାଯ୍ୟ କରିଥାଏ । କାରଣ ଖଜୁରୀରେ ଏଷ୍ଟ୍ରାଡିୟୋଲ ଏବଂ ପ୍ଲେଭୋନୋଇଡ୍ ମିଳିଥାଏ । ଏଥିପାଇଁ ଏହା ଶୁକ୍ରାଣୁ ସଂଖ୍ୟା ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ପୁରୁଷମାନେ ନିଶ୍ଚିତ ଭାବେ ଖଜୁରୀ ଖାଇବା ଉଚିତ ।

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରେ :

ଖଜୁରୀର ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଅଟେ । ଏଥିପାଇଁ ଏହାକୁ ଖାଇବା ଦ୍ବାରା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ମଧୁମେହରେ ପୀଡିତ ପୁରୁଷମାନେ ଖଜୁରୀ ଖାଇବା ଆବଶ୍ୟକ ।

କେମିତି ଖାଇବେ ଖଜୁରୀ-

ଆପଣ ଏହାକୁ ରାତିରେ କ୍ଷୀର ସହିତ ଖାଇପାରିବେ । କ୍ଷୀରରେ ଫୁଟାଇବା ପରେ ଆପଣ ଏହାକୁ ପିଇପାରିବେ । ଆପଣ ଖଜୁରୀକୁ ରାତିରେ ପାଣିରେ ଭିଜାଇ ରଖି ସକାଳେ ଖାଲି ପେଟରେ ଖାଇପାରିବେ । ଆପଣ ଏହାକୁ ଅପରାହ୍ନରେ ସାଲାଡରେ ମିଶାଇ ଖାଇପାରିବେ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.