ନିଆଁରେ ଜଳିଗଲା ୨ ବଖରା, ସର୍ବସ୍ବ ହରାଇ ସହାୟତା ଅପେକ୍ଷାରେ ଅଗ୍ନି ବିପନ୍ନ

Published By : Prameya-News7 Bureau | April 30, 2024 IST

ମହାକାଳପଡା ୩୦/୪: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବିଜୟନଗର ପଞ୍ଚାୟତ ଶଙ୍ଖାପଦା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ସ୍ଥାନୀୟ ବାସିନ୍ଦା ଅକ୍ଷୟ ମହାନ୍ତିଙ୍କ ୨ ବଖରା ଘର ଆସବାବପତ୍ର, ଟଙ୍କା ସୁନା ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ରାତିରେ ଅକ୍ଷୟଙ୍କ ପରିବାର ଲୋକ ଶୋଇଯାଇଥିଲେ । ହଠାତ ସର୍ଟ ସର୍କିଟରୁ ଫ୍ୟାନ ତାର ଜଳି ନିଆଁ ଲାଗିଥିଲା । ସେହି ନିଆଁ ପୁରା ଘରକୁ ଜାଳିଦେଇଛି ।

ତେବେ ସୌଭାଗ୍ୟବଶତଃ କାହାରି ଜୀବନ ହାନି ହୋଇନି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ନିଆଁରେ ସର୍ବସ୍ବ ହରାଇ ଏବେ ଅସହାୟ ହୋଇପଡିଛନ୍ତି ଅକ୍ଷୟଙ୍କ ପରିବାର । ତୁରନ୍ତ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.