ଗାଁରେ ଲାଗିଛି ମାଓ ପୋଷ୍ଟର, ପଞ୍ଚାୟତ ନିର୍ବାଚନକୁ ବାତିଲା ପାଇଁ ଉଲ୍ଲେଖ

Published By : Prameya-News7 Bureau | January 18, 2022 IST

କଣ୍ଟାବାଞ୍ଜି ୧୮।୦୧:  ଗାଁର ମାଓ ପୋଷ୍ଟର । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଦାବିରେ ମରାଯାଇଛି ପୋଷ୍ଟର । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ସମରସିଂ ଗାଁରେ ମରାଯାଇଛି ପୋଷ୍ଟର ।

{"id":575814,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗାଁରେ ଲୋକମାନେ ଏକଜୁଟ ହୋଇ ନିଜର ସରକାର ଗଠନ କରିବା, ଦୁର୍ନୀତି ଗ୍ରସ୍ତ ମିଛ ନିର୍ବାଚନକୁ ବର୍ଜନ କରିବା , ଗାଁର ବିକାଶ ପାଇଁ ଦାବି କରିବାକୁ ଉଲ୍ଲେଖ ରହିଛି ।  ପୋଷ୍ଟରରେ  ଓଡିଆ ଭାଷାରେ ଲେଖା ହୋଇଛି ।

{"id":575815,"sizeSlug":"full","linkDestination":"none"}

ବଲାଙ୍ଗୀର -ବରଗଡ଼- ମହାସମୁନ୍ଦ ଡିଭିଜନ ପକ୍ଷରୁ ପୋଷ୍ଟର ମରାଯାଇଛି। ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାନର-ପୋଷ୍ଟର ଜବତ କରିଛି । ଏହାସହିତ ଘଟଣାରେ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.