ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା : ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ, ପେଟଫୁଲା ନଦୀରେ ଭାସି ଜଣେ ନିଖୋଜ

Published By : Prameya-News7 Bureau | August 07, 2019 IST

କଳାହାଣ୍ଡି ୭|୮: କଳାହାଣ୍ଡିରେ ଲଗାଣ ବର୍ଷାରେ ଲାଞ୍ଜିଗଡ ବ୍ଲକର କିଛି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲାଞ୍ଜିଗଡ-ଆମ୍ବାଦୋଳା ରାସ୍ତା ଉପରେ ତିନି ଫୁଟର ପାଣି ପ୍ରବାହିତ ହେଉଛି । ଚମ୍ପାଇଦେଇପୁର ପଚାଂୟତ ଚନ୍ଦନପୁରରେ ପାଣି ପଶିଯାଇଛି । ଫଳରେ ବୁନ୍ଦେଲ, କଂସାରୀ, ବନ୍ଧଗୁଡ଼ା, କପାଗୁଡା, ରେଗୋଂପାଲି ଗାଁକୁ ଯାତାୟତ ବାଧାପ୍ରାପ୍ତ ।

{"id":141756}

ସେପଟେ କାଶୀପୁର ପେଟଫୁଲା ନଦୀରେ ଭାସି ଯାଇ ଜଣେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଥୁଆମୁଳ ରାମପୁର ଥାନା କାଠକୁରା ଗାଁର ସେନ ମାଝୀ । ଗତକାଲି ରାୟଗଡା ଯାଇ ଥୁଆମୁଳ ରାମପୁର ଫେରୁଥିବା ବେଳେ ପାଣି ସୁଅରେ ଭାସି ଯାଇଥିବା ଆଶଙ୍କା କରାଯାଉଛି । ନଦୀ କଡରୁ ତାଙ୍କ ବାଇକ୍ ଠାବ କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.