ସ୍ୱାମୀ ନା ସଇତାନ: ଯୌତୁକ କମ୍ ମିଳିଥିବାରୁ ନିଜ ସ୍ତ୍ରୀକୁ ମଦ ପାର୍ଟିରେ ସାଙ୍ଗମାନଙ୍କ ହାତରେ ଟେକିଦେଲା, କହିଲା...

Published By : Prameya-News7 Bureau | October 10, 2021 IST

କନ୍ନୌଜ ୧୦/୧୦ : ଉତ୍ତର ପ୍ରଦେଶ କନ୍ନୌଜ ଜିଲ୍ଲାରେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ କଳଙ୍କ ଲାଗିଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଜଣେ ମଦ୍ୟପ ସ୍ୱାମୀ ଅମାନବୀୟର ସବୁ ସୀମା ପାର କରିଦେଲା। ଘରେ ମଦ ପାର୍ଟି ପରେ ସେ ନିଜ ସ୍ତ୍ରୀଙ୍କୁ ନିଜ ସାଙ୍ଗମାନଙ୍କ ପାଖକୁ ପଠାଇ ଦେଇଥିଲା। ସାଙ୍ଗମାନେ ମହିଳାଙ୍କ ଅଶ୍ଳୀଳ ବ୍ୟବହାର କରିବା ସହ ଜୋରଜବରଦସ୍ତ କରିଥିଲେ। ମହିଳା କୌଣସି ପ୍ରକାରେ ନିଜ ଭାଇଙ୍କୁ ଫୋନ କରି ଏ ସମ୍ପର୍କରେ ଜଣାଇଥିଲେ। ଘରଲୋକ ପହଞ୍ଚିବରୁ ତାଙ୍କୁ ମଧ୍ୟ ମାରପିଟ କରାଯାଇଥିଲା। ତଥାପି ଘର ଲୋକେ ଝିଅକୁ ସେଠାରେ ନ ଛାଡି ନିଜ ସହ ନେଇଆସିଥିଲେ ଓ ଜ୍ୱାଇଁ ସମେତ ୩ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କଲେ। ପୋଲିସ ଯାଞ୍ଚ ଆରମ୍ଭ କରିବା ସହ ମଦ ପାର୍ଟି କରୁଥିବା ସାଙ୍ଗମାନଙ୍କୁ ଖୋଜୁଛି।

ମାମଲା ସଦର ଥାନା ଅନ୍ତର୍ଗତ ଏକ ଗାଁର। ପୀଡିତ ମହିଳା ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅଧିକାଂଶ ଦିନ ମଦ ପିଇ ତାଙ୍କୁ ମାରପିଟ କରିଥାଏ। ଯୌତୁକ କମ ଆଣିଥିବା ନେଇ ସବୁବେଳେ ତାଙ୍କୁ ଖୁଣ୍ଟା ଦେଇଥାଏ। ଶୁକ୍ରବାର ସନ୍ଧ୍ୟାରେ ସେ ନିଜ ସାଙ୍ଗ ଅକ୍ଷୟ, ନନ୍ଦନ ଓ ନିରଜକୁ ଘରକୁ ଡାକିଥିଲା ଓ ସମସ୍ତେ ମିଶି ମଦ ପାର୍ଟି କରିଥିଲେ। ଏହାପରେ ସେ ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ପାଖରେ ଛାଡି ଦେଇଥିଲା। ସେମାନେ ମହିଳାଙ୍କ ସହ ଅଭଦ୍ର ବ୍ୟବହାର କରିବା ସହ ତାଙ୍କ ସହ ଜୋରଜବରଦସ୍ତି କରିଥିଲେ।

ଅଭିଯୁକ୍ତମାନେ ତାଙ୍କ ସହ ମାରପିଟ କରିଥିଲେ। ପୀଡିତା ନିଜ ଭାଇମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ମହିଳା ପୋଲିସ ଅଧିକ୍ଷକ ପ୍ରଶାନ୍ତ ବର୍ମାଙ୍କ ପାଖକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ। କନ୍ନୌଜ ଏସପି ସଦର ଥାନାରେ ମାମଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଯାଞ୍ଚ ଆରମ୍ଭ କରିଛି। ମଦ ପାର୍ଟି କରୁଥିବା ସାଙ୍ଗ ଓ ମହିଳାଙ୍କ ସ୍ୱାମୀକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.