ଦିଦିଙ୍କ ପାଖରେ ରହିଛି ୯ ଗ୍ରାମ ଅଳଙ୍କାର, ଆକାଉଣ୍ଟରେ ଅଛି ୧୨ ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | September 11, 2021 IST

ପଶ୍ଚିମବଙ୍ଗ ୧୧/୦୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ସତ୍ୟପାଠରେ ଦାଖଲ କରିଛନ୍ତି ନିଜର ସମ୍ପତ୍ତି ତାଲିକା । ସତ୍ୟପାଠରେ ନିଜ ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସତ୍ୟପାଠ ଅନୁଯାୟୀ ତାଙ୍କ ପାଖରେ ନଗଦ ୬୯, ୨୨୫ ଟଙ୍କା ରହିଛି । ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ନାମାଙ୍କନପତ୍ର ଦାଖଲ ସମୟରେ ସେ ଏହି ସତ୍ୟପାଠ ଦାଖଲ କରିଛନ୍ତି । ତାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରେ ୧୨, ୦୨,୩୫୬ ଟଙ୍କା ଜମା ରହିଛି । ଏହା ସହିତ ମୋଟ ବ୍ୟାଙ୍କ ବାଲାନ୍ସ ୧୩, ୫୩, ୩୫୬ ଟଙ୍କା ବୋଲି ଦର୍ଶାଯାଇଥିଲା । ଜାତୀୟ ସଞ୍ଚୟ ପ୍ରମାଣପତ୍ର ବାବଦରେ ମମତା ବାନାର୍ଜୀଙ୍କ ପାଟରେ ୧୮,୪୯୦ ଟଙ୍କା ରହିଛି । ଅପରପକ୍ଷରେ,ଦିଦିଙ୍କ ପାଖରେ ୯ ଗ୍ରାମ ଅଳଙ୍କାର ରହିଛି । ଯାହାର ବଜାରରେ ଦାମ ୪୩,୮୩୭ ଟଙ୍କା ହେବ ବୋଲି ସତ୍ୟପାଠରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.