୧୭୫୦ ପାଉଣ୍ଡ କ୍ବାରେଣ୍ଟାଇନ୍‌ ଫି’ ପାଇଁ ଲାହୋରରେ ଅଟକିଗଲେ ବ୍ରିଟିଶ୍‌ ଯୁବତୀ, କିନ୍ତୁ ବାହା ହେବାକୁ ମନା କରିବାରୁ ଗୁଳି କଲେ ପାକ୍‌ ଗୁଣ୍ଡା

Published By : Prameya-News7 Bureau | May 05, 2021 IST

ଲାହୋର ୫/୫: ୧୭୫୦ ପାଉଣ୍ଡ ( ପ୍ରାୟ ୧.୮୦ ଲକ୍ଷ ଟଙ୍କା) କ୍ବାରେଣ୍ଟାଇନ୍‌ ଫି’ ଦେବେନି ବୋଲି ଲାହୋରରେ ଅଟକି ଯାଇଥିଲେ ବ୍ରିଟିଶ୍‌ ଯୁବତୀ। କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ପାଇଁ କାଳ ସାଜିଲା। ବ୍ରିଟେନରେ କ୍ବାରେଣ୍ଟାଇନ୍‌ ପାଇଁ ହେଉଥିବା ଖର୍ଚ୍ଚକୁ ଏଡ଼ାଇବା ପାଇଁ ଲାହୋରରେ ରହିଯାଇଥିବା ଲଣ୍ଡନର ଛାତ୍ରୀଙ୍କୁ ନିର୍ମମ ହତ୍ୟା।  ପାକିସ୍ତାନର ଲାହୋରରେ ଜଣେ ବ୍ରିଟିଶ୍‌ ଛାତ୍ରୀ ମାହିରା ଜୁଲ୍ଫିକାର(୨୬)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଦୁଇ ଜଣ ପାକିସ୍ତାନୀ ଗୁଣ୍ଡା ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ତାଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଜଣେ ବନ୍ଧୁଙ୍କ ବିବାହରେ ସାମିଲ ହେବାକୁ ପାକିସ୍ତାନ ଆସିଥିଲେ ମାହିରା।  କିନ୍ତୁ ଏପ୍ରିଲ୍‌ରେ ପାକିସ୍ତାନୀଙ୍କୁ ବ୍ରିଟେନ୍‌ ଏଣ୍ଟ୍ରି ଉପରେ ରୋକ ଲାଗିଥିଲା। ଯଦିଓ ବ୍ରିଟେନ ବାସିନ୍ଦା ଫେରିପାରିବେ କିନ୍ତୁ ତାଙ୍କୁ ହୋଟେଲ୍‌ରେ ୧.୮୦ ଲକ୍ଷ ଟଙ୍କା ଦେଇ ପେଡ୍‌ କ୍ବାରେଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ ବୋଲି ସରକାର ଘୋଷଣା କରିଥିଲେ। ଯେଉଁଥିପାଇଁ ମାହିରା ଲହୋରରେ ରହିଯିବାକୁ ସ୍ଥିର କରିଥିଲେ।  କ୍ବାରେଇଣ୍ଟାଇନ୍‌ ପାଇଁ ଏଥେ ଅର୍ଥ ଦେବାକୁ ରାଜି ନଥିବା ମାହିରା ଘରକୁ ଫେରିବାକୁ ଚାହିଁନଥିଲେ ବୋଲି ପରିବାର ଲୋକେ କହିଛନ୍ତି। ୧୦ ଦିନ ପାଇଁ ଲକ୍ଷେ ୮୦ ହଜାର ଟଙ୍କା ଦେବାକୁ ନେଇ ସରକାରଙ୍କ ଘୋଷଣାକୁ ମାହିରା ନାପସନ୍ଦ କରୁଥିବା ଜଣାପଡ଼ିଛି।

{"id":448686,"width":670,"height":369,"sizeSlug":"large","linkDestination":"none"}

ବ୍ରିଟେନ୍‌ ଆଇନ୍‌ ଛାତ୍ରୀ ମାହିରା ଦକ୍ଷିଣ-ପଶ୍ଚିମ ଲଣ୍ଡନରେ ରହୁଥିଲେ। ସୋମବାର ତାଙ୍କର ମୃତଦେହ ଲାହୋରର ଡିଫେନ୍ସ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ ସୋମବାର ସକାଳେ ୪ ଆକ୍ରମଣକାରୀ ତାଙ୍କ ଶୋଇବା କକ୍ଷରେ ପ୍ରବେଶ କରି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ କରୋନା ସଂକ୍ରମଣକୁ ନେଇ ରେଡ୍‌ ଲିଷ୍ଟରେ ସାମିଲ ହେବା ପରେ ମାହିରା ଲାହୋରରେ ରହୁଥିବା ନିଜର ଜେଜେ ମାଙ୍କ ପାଖରେ ରହିବାକୁ ସ୍ଥିର କରିଥିଲେ। ତାଙ୍କର ବିଶ୍ବାସ ଥିଲା ଗୋଟିଏ ମାସ ପରେ ପାକିସ୍ତାନ ରେଡ୍‌ ଲିଷ୍ଟରୁ ହଟିଯିବ ଏବଂ ସେ ଫେରିଯିବେ। କିନ୍ତୁ ଏହି ସମୟରେ ଦୁଇ ଗୁଣ୍ଡା ସାଦ ଏବଂ ଜାହିର ତାଙ୍କୁ ହଇରାଣ କରୁଥିଲେ।

{"id":448685,"width":679,"height":624,"sizeSlug":"large","linkDestination":"none"}

ଏନେଇ ସେ ବାରମ୍ବାର ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ମାହିରାଙ୍କ ହତ୍ୟା ପରେ ପୋଲିସ  ସାଦ ଏବଂ ଜାହିରକୁ ସାକ୍ଷାତ କରିଥିବା କୁହାଯାଉଛି। ଏହି ଦୁଇ ଜଣ ଜବରଦସ୍ତି ମାହିରାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାହିରା ଏହା ଚାହୁଁନଥିଲେ। ସେମାନେ ମାହିରାଙ୍କୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତାଙ୍କ ସହ ରହୁଥିବା ଅନ୍ୟ ଜଣେ ଯବତୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ମାହିରାଙ୍କ ଶରୀରରେ ଦୁଇଟି ଗୁଳି ଲାଗିଛି। ପୂରା କୋଠରୀରେ ରକ୍ତ ଛିଟା ପଡ଼ିଥିବା ବେଳେ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.