Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିମା ମିଶ୍ର ପୁଣି ଯିବେ ଜେଲ ; ସୁପ୍ରିମକୋର୍ଟ ଖାରଜ କଲେ ଜାମିନ

18/09/2018 at 1:29 PM

ଦିଲ୍ଲୀ ୧୮/୯ : ମହିମା ମିଶ୍ରଙ୍କୁ ପୁଣି ଲାଗିଲା ଝଟକା । ପାରାଦୀପର ଏକ ହତ୍ୟାକାଣ୍ଡରେ ଗତ ୨୦୧୬ ମସିହାରେ ହଂକଂରୁ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କୁ ଗତ ମାସ ୧୭ ତାରିଖରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ | ଏହି ମାମଲାରେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ସୁପ୍ରିମକୋର୍ଟ ଆଜି ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରିବା ସହ ମହିମା ମିଶ୍ରଙ୍କ ଜାମିନ ଖାରଜ କରିଛନ୍ତି | ଫଳରେ ମହିମା ମିଶ୍ର ପୁଣି ଜେଲକୁ ଯିବା ସ୍ପଷ୍ଟ ହୋଇଛି |
ସୁପ୍ରିମକୋର୍ଟରେ ଦୁଇ ଜଣିଆ ଖଣ୍ଡପୀଠ ଏହି ଜାମିନ ଖାରଜ କରିଛନ୍ତି | ଜଷ୍ଟିସ ମନୋହର ସାପ୍ରେ ଓ ୟୁ ୟୁ ଲଳିତଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଓଡିଶା ହାଇକୋର୍ଟ ଦ୍ୱାରା ମିଳିଥିବା ଜାମିନକୁ ଖାରଜ କରିଛନ୍ତି |

   Related Posts