କରୋନା କଟକଣାରେ ଚାଲିଛି ମା' ଭଟ୍ଟାରିକାଙ୍କ ରୀତିନୀତି, ମାନିସକ ପୂରଣ ପାଇଁ ଶିଶୁଙ୍କ ମୁଣ୍ଡନ

Published By : Prameya-News7 Bureau | October 12, 2021 IST

ଆଠଗଡ ୧୨/୧୦: ଆଜି ପୀଠରେ ମହାଷ୍ଟମୀ ଉପଲକ୍ଷେ ବଡ଼ମ୍ବା ଗଡର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିରରେ କରୋନା କଟକଣାରେ ଚାଲିଛି ମାଙ୍କ ରୀତିନୀତି । ରାତ୍ର ୪ଟାରେ ପହଡ ଖୋଲାଯାଇ ସକାଳ ୮ଟାରେ ବଲ୍ଲଭ ପୂଜା କରାଯାଇଛି ।

wp:gallery {"ids":[526077],"linkTo":"none"} /wp:gallery

ସକାଳ ଧୂପ ,ସ୍ନାନ, କ୍ଷିରି ଧୂପ, ସଂନ୍ଧ୍ୟା ଆଳତୀ ଏବଂ ରାତି ୧୧ଟା ରେ ପହଡ ପଡିବାର ନୀତି ସହିତ ସଂନ୍ଧ୍ୟା ଆଳତୀ ଏବଂ ରାତି ୮ଟାରେ ନେତବନ୍ଧା ପରେ ଖିରି ଭୋଗ ଲାଗି କରାଯିବ ଓ ପରେ ପହଡ ପଡିବାର ନୀତି ରହିଛି । କରୋନାର କଟକଣା କାରଣରୁ ମନ୍ଦିର ପରିସରରେ ବିଶେଷ ଭିଡ଼ ପରିଲକ୍ଷିତ ହେଉନାହଁ । କିଛି ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ ଶିଶୁମାନଙ୍କୁ ମାଙ୍କ ପାଖର ମୁଣ୍ଡନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.