Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

୧୦ମ ବୋର୍ଡ ପରୀକ୍ଷା ବାତିଲ ନେଇ CBSEଙ୍କ ନିଷ୍ପତ୍ତିର ଅଧ୍ୟୟନ କରିବେ ମହାରାଷ୍ଟ୍ର ସରକାର: ବର୍ଷା ଗାଇକୱାଡ୍

14/04/2021 at 8:30 PM

ମୁମ୍ବାଇ ୧୪।୪: ମହାରାଷ୍ଟ୍ର ସରକାର ରାଜ୍ୟ ଶିକ୍ଷା ବୋର୍ଡଙ୍କ ଆଗାମୀ ପରୀକ୍ଷା ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ (ସବିଏସଇ)ଙ୍କ ୧୦ ବୋର୍ଡ ପରୀକ୍ଷା ବାତିଲ ନିଷ୍ପତ୍ତିର ସମୀକ୍ଷାକରିବେ ବୋଲି କହିଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ  ବର୍ଷା ଗାଇକୱାଡ ବୁଧବାର ଏହା କହିଛନ୍ତି। କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ସିବିଏସଇ ୧୦ ବୋର୍ଡ ପରୀକ୍ଷା ବାତିଲ କରିଦେଇଛନ୍ତି। ତେବେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନାରେ ରାଜ୍ୟରେ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ସୂଚିତ କରିଥିଲେ। ଏଣୁ ଆମେ ମଧ୍ୟ ଅନେକ ପୂର୍ବରୁ ଏ ନେଇ ରାଜ୍ୟର ଶିକ୍ଷାବୋର୍ଡ ଓ ଉଚ୍ଚଶିକ୍ଷା ବୋର୍ଡଙ୍କୁ ସୂଚନା ଦେବା ସହ ନିଷ୍ପତ୍ତି ଜଣାଇବାକୁ ଅନୁରୋଧ କରିଥିଲୁ ବୋଲି କହିଛନ୍ତି। ଏଣୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ଅଧ୍ୟୟନ କରିବା ସହ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନିଆଯିବ ବୋଲି କହିଛନ୍ତି।

ଗତ ସୋମବାର ମହାରାଷ୍ଟ୍ର ସରକାର ଚଳିତମାସ ଶେଷରେ ହେବାକୁ ଥିବା ରାଜ୍ୟ ବୋର୍ଡଙ୍କୁ ପରୀକ୍ଷା ସ୍ଥଗିତ କରିବାକୁ କହିଥିବା  ଘୋଷଣା କରିଥିଲେ। ଏଥିରେ ରାଜ୍ୟରେ ହେବାକୁ ଥିବା ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା।

   Related Posts