ମହାରାଷ୍ଟ୍ରରେ ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ସରକାର ଗଢିବେ !-ଶନିବାରରେ ତିନି ଦଳର ନେତା ରାଜ୍ୟପାଳଙ୍କୁ ଭେଟି ବିଧାୟକଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା

Published By : Prameya-News7 Bureau | November 21, 2019 IST

ମୁମ୍ବଇ ୨୧।୧୧ - ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଲାଗି ରହିଥିବା ଅନିଶ୍ଚିତତାରେ ଖୁବ୍ ଶୀଘ୍ର ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ଶିବସେନା- ଏନ୍‌ସିପି- କଂଗ୍ରେସ ମିଳିତ ଭାବେ ସରକାର ଗଢିବେ । ଶନିବାର ତିନି ଦଳର ନେତା ରାଜ୍ୟପାଳଙ୍କୁ ଭେଟି ବିଧାୟକଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ୨୪ କିମ୍ବା ୨୫ ତାରିଖରେ ନୂଆ ସରକାରର ଶପଥ ନେବ ବୋଲି ଜଣାପଡିଛି ।  ଏହା ପୂର୍ବରୁ ଆସନ୍ତାକାଲି ମୁମ୍ବାଇରେ କଂଗ୍ରେସ-ଏନ୍‌ସିପି ଓ ଶିବସେନାର ମିଳିତ ବୈଠକ ବସିବ । ସରକାର ଗଠନ ନେଇ ତିଆରି ହୋଇଥିବା ରୋଡ ମ୍ୟାପକୁ ଏଥିରେ ଚୂଡାନ୍ତ ରୂପ ଦିଆଯିବ । ଅପରାହ୍ଣରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ନେତା ନିର୍ବାଚନ କରାଯିବ । ଆଜି ଦିଲ୍ଲୀରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସ ଭବନରେ କଂଗ୍ରେସ-ଏନସିପି ନେତାଙ୍କ ବୈଠକ ବସିଥିଲା । ବୈଠକ ପରେ କଂଗ୍ରେସ ନେତା ପୃଥ୍ବୀରାଜ ଚହ୍ବାନ କହିଛନ୍ତି ଯେ ଆସନ୍ତା କାଲି ତିନି ଦଳ ମଧ୍ୟରେ ମୁମ୍ବାଇରେ ବସିବ ବୈଠକ ବସିବ । ସେପଟେ ଶୁକ୍ରବାର ଦିନ ସାଢେ ୧୦ ଟାରେ ମାତୋଶ୍ରୀରେ ଉପସ୍ଥିତ ରହିବାକୁ ଶିବସେନାର ସବୁ ବିଧାୟକଙ୍କୁ କୁହାଯାଇଛି ।  ଉଦ୍ଧବ ଠାକରେ ବିଧାୟଙ୍କ ସହ ଆଲୋଚନା କରିବେ । ବିଧାୟକଙ୍କୁ ରାଜସ୍ଥାନ କିମ୍ବା ମହାରାଷ୍ଟ୍ରର ମହାବଳେଶ୍ବର ନେବାକୁ ଯୋଜନା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.