ଉତ୍କଳ ଗୌରବ ମଧୁବାବୁଙ୍କୁ ଅସମ୍ମାନ, ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

Published By : Prameya-News7 Bureau | March 04, 2024 IST

ସାଲେପୁର ୦୪।୦୩ : ମଧୁବାବୁଙ୍କୁ ପୁଣି ଅସମ୍ମାନ । ଓଡିଆ ଅସ୍ମିତାର ପରିଚୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ । କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

{"id":916798,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ବୋଦାମୁଣ୍ଡେଇ ଗାଁର କାଳିଆ ପରମହଂସ ରାମକୃଷ୍ଣ ସାହୁ ମଧୁବାବୁଙ୍କ ପ୍ରେମୀ। ସେଥିପାଇଁ ଛାଣିପୁରରେ ନିଜସ୍ୱ ଉଦ୍ୟମରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ହେଲେ କେହି ଦୁର୍ବୁତ୍ତ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ବିକୃତ କରିଦେଇଛି। ଅଥଚ ସେହି ରାସ୍ତା ଦେଇ ପ୍ରଶାସନିକ ଅଧିକାରୀଠୁ ଆରମ୍ଭ କରି ମାନ୍ୟଗଣ ସହ ସାଧାରଣ ବ୍ୟକ୍ତି ଯାଉଥିଲେ ବି କାହାର ନଜର ପଡିବା ଦୁଃଖର ବିଷୟ। ତେବେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଦୁର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

wp:embed {"url":"https://www.prameyanews7.com/shahrukh-khan-chants-jai-shree-ram-gives-heartfelt-speech/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shahrukh-khan-chants-jai-shree-ram-gives-heartfelt-speech/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.